ଗୁମ୍ମା ବ୍ଲକ ରେ ବିଜେଡ଼ି ର ଅସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ

0
158
ଗୁମ୍ମା ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୨) : ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ପାଣି ପାଗ ଉଷ୍ମ ହେଉଛି । ଗଜପତି ଜିଲ୍ଲାରେ ୭ ଟି ବ୍ଲକ ରହିଛି । ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଗୁମ୍ମା, ଗୋଷାଣୀ, କାଶୀନଗର । ଏଥି ମଧ୍ୟରୁ ଗୁମ୍ମା ବ୍ଲକ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । 

ପୂର୍ବରୁ ଏହି ବ୍ଲକରେ କଂଗ୍ରେସ୍ ର ଦବ ଦବା ରହିଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜେଡ଼ି ରେ ମିଶିଥିଲେ । ବର୍ତ୍ତମାନ ଏହି ବ୍ଲକରେ ବିଜେଡ଼ି ଓ ବିଜେପି ମଧ୍ୟରେ ଏବେ କଡା ତାକ୍କର ହେବ । ଆଜି ବିଜେଡ଼ି ଗୁମ୍ମା ବ୍ଲକ ଠାରେ ତା’ର ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି ନିର୍ବାଚନ ଗୋଟି ଚାଳନା କରିବ । ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଇଁ ରୂପେଶ ପାଣିଗ୍ରାହୀ, ଭାରତ ଭୁଷଣ ମହାନ୍ତି, ଲକ୍ଷ୍ମୀ ପରିଛା ଓ ବିଜେଡ଼ି ର ନେତା ମାନେ ଉପସ୍ଥିତ ଥିଲେ ।

ବିଜେଡ଼ି ଯେ କୌଣସି ମତେ ୩ ଟି ବ୍ଲକ ଅଧିକାର କରିବ ବୋଲି ରୁପେସ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ରାୟଗଡ, ନୂଆଗଡ, ର. ଉଦୟଗିରି ମୋହନା ବ୍ଲକ ମୋହନା ନିର୍ବାଚନ ମଣ୍ଡଳୀ ରେ ରହିଛି । ସେଠାରେ କଂଗ୍ରେସ୍ ବିଧାୟକ ଭାବେ ଦାଶରଥି ଗୋମଂଗ ରହିଛନ୍ତି । ସେ ତାଙ୍କ ଗଡ଼ ବଞ୍ଚାଇବାକୁ ଚେଷ୍ଟା ଲଗାଇଛନ୍ତି, କିନ୍ତୁ ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ଗୋଟି ଚାଳନା ମଧ୍ୟ କାମ ନୁହଁ । ଗଜପତି ଜିଲ୍ଲା ପରିଷଦ ପଦ ବିଜେଡ଼ି କବଜା କରିବ ବୋଲି ଦାବି କରୁଛି ।