ବିନା ଅନୁମତିରେ ସରକାରୀ ଚାଷ ଜମିରେ ସ୍କୁଲଗୃହ ନିର୍ମାଣ କରୁଥିବା ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

0
254
ବିନା ଅନୁମତିରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୭/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ରେ ବିନା ଅନୁମତି ରେ ପିତୃ ଅର୍ଜିତ ଚାଷ ଜମିରେ ସ୍କୁଲଗୃହ ନିର୍ମାଣ କରୁଥିବା ନେଇ ଜିଲାପାଳ ଙ୍କୁ ଲିଖିତ ଅଭିଯୋଗ ହୋଇଛି ।

ଭରତ ପ୍ରଧାନୀ ଙ୍କ ପିତାଙ୍କ ନାମରେ ରେକର୍ଡ ଭୁକ୍ତ ଚାଷ ଜମିରେ ସିଙ୍ଗାରି ମୌଜା ଖାତା ନମ୍ବର ୬ ପ୍ଲଟ ନମ୍ବର ୭୪୩,୭୫୯,୭୬୦ ପ୍ରାୟ ଅଧା ଏକର ରୁ ଅଧିକ ଚାଷ ଜମିରେ ବିନା ଅନୁମତିରେ ଶିକ୍ଷାବିଭାଗ ତରଫରୁ ଏକ ସରକାରୀ ଗୃହ ନିର୍ମାଣ କରାଯାଉଛି । ସରକାରଙ୍କ ତରଫରୁ କୌଣସି ଅଧିକାରୀ ବିନା ଅନୁମତିରେ ପ୍ରାପ୍ତ କରି ସେହିଠାରେଗୃହ ନିର୍ମାଣ ନିମନ୍ତେ କିପରି ନିର୍ଦ୍ଧେଶ ଦେଲେ ତାହା ଏକ ଆଲୋଚନା ର ବିଷୟ । ଏହି ପରିବାର ଏକ ଯୌଥ ପରିବାର।ସେମାନଙ୍କର ମୁଖ୍ୟତ ଚାଷ କରିବା, ତାହା ଦ୍ୱାରା ପରିବାର ଭରଣ ପୋଷଣ କରିଥାନ୍ତି ।74f2aefb 3075 4c0d bd9b ef40f67f93e1 ବିନା ଅନୁମତିରେ ସରକାରୀ ଚାଷ ଜମିରେ ସ୍କୁଲଗୃହ ନିର୍ମାଣ କରୁଥିବା ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଉକ୍ତ ପରିବାର ଲୋକେ ସରକାରୀ ଅନୁଷ୍ଠାନ ଓ ଗୃହ ନିର୍ମାଣ କରିବାକୁ କୌଣସି ପ୍ରକାର ବିରୋଧ କରୁ ନାହୁଁ । ଗ୍ରାମ ର ଶିକ୍ଷାନୁଷ୍ଠାନ ଯେତେ ପ୍ରକାର କାର୍ଯ୍ୟହେଲେ ସରକାରୀ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । କିନ୍ତୁ ଉକ୍ତ କାର୍ଯ୍ୟକୁ ନିନ୍ଦା କରୁଥିବା ନେଇ ଜିଲାପାଳ ସୋରାଜ କୁମାର ମିଶ୍ର ଙ୍କୁ ଓ ସ୍ଥାନୀୟ ତହସିଲଦାର ଦେବାଶିଷ କର ଙ୍କୁ ଲିଖିତ ପ୍ରଦାନ କରିଛନ୍ତି । ଶିକ୍ଷା ବିଭାଗ ତରଫରୁ କେଉଁ ବିଦ୍ୟାଳୟ ସରକାରୀ ଜମି ରେ ଅଛି ଓ କେଉଁ ବିଦ୍ୟାଳୟ ବେସରକାରୀ ଜମି ରେ ଅଛି ଚିହ୍ନଟ କରିବା ପାଇଁ ନିର୍ଦ୍ଧେଶ ରହିଥିଲା । ତାହାକୁ ନେଇ ଅଧିକାରୀ ମାନେ ବିଦ୍ୟାଳୟ କୁ ସଠିକ ଭାବେ ତଦାରଖ କରିବା ପରେ ସିଙ୍ଗାରି ପଞ୍ଚାୟତରେ କିଛି ବିଦ୍ୟାଳୟ ବେସରକାରୀ ଜମିରେ ଥିବା ଜଣାପଡିଥିଲା ।

ସିଙ୍ଗାରି ରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୧୯୫୨ ମସିହାରେ ବାଞ୍ଜେରି ଜାଗା ବୋଲି ବିଦ୍ୟାଳୟ କରିଥିଲେ । ତାହା ବର୍ତ୍ତମାନ ବେସରକାରୀ ଜମି ବୋଲି ଚିହ୍ନଟ ହେବା ପରେ ଉକ୍ତ ଜମି ମାଲିକ ବିଦ୍ୟାଳୟ ଉଠାଇବା ପାଇଁ କହିଆସୁଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଡାଇନିଂ ହଲ ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କୋଠା ନିର୍ମାଣ ଚାଲିଛି । ଏହାକୁ ବିରୋଧ କରି ଜମି ମାଲିକ ଜିଲାପାଳ ଓ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ବିଷୟରେ କ୍ଲୋଷ୍ଟର ସ୍ତରୀୟ ଅଧିକାରୀ ପ୍ରଫୁଲ୍ଲ ଷଡଙ୍ଗୀ ଙ୍କୁ ପଚାରିବାରୁ ସେ କହିଲେ ଏହି ଘର କରିବା ପୂର୍ବରୁ ଜମି ମାଲିକ କୁ ପଚାରିଥିଲି, ସେମାନେ ଘର ନ କରିବା ପାଇଁ କହିଥିବା ଲିଖିତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଦେଇଥିବା କହିଛନ୍ତି ।

ଏ ବିଷୟରେ ତହସିଲଦାର ଦେବାଶିଷ କରଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ଗୁଡ଼ିକର ପଟା କରିବା ପାଇଁ କୁହାଯାଇଥିଲା । ଜାଗା ଚିହ୍ନଟ ପରେ ସେମାନେ ନିଜ ଜାଗା ବୋଲି ଜାଣିପାରିଲେ । ବର୍ତ୍ତମାନ ସେମାନେ ଅରାଜି ହେଲେ ବିଦ୍ୟାଳୟ ହୋଇପାରିବନି । ସେମିତିକିଛି ଖବର ମୋ ନଜରକୁ ଆସିନି ବୋଲି କହିଛନ୍ତି ।