ଲେଖକ ଶ୍ରୀ ଶିବପ୍ରସାଦ ଗଂତାୟତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ପୁସ୍ତକର ପାଠକାର୍ପଣ କାର୍ଯ୍ୟକ୍ରମ

ଜୟପୁର (ସୌମ୍ୟରଂଜନ ସାହୁ): ଓଡିଆ ସାହିତ୍ୟର ନିଆରା ସ୍ରଷ୍ଟା ଶିବପ୍ରସାଦ ଗନ୍ତାୟତ । ଲେଖକ ଶ୍ରୀ ଗନ୍ତାୟତଙ୍କ ଅବର୍ତ୍ତମାନରେ ସ୍ରଷ୍ଟା ଙ୍କ “ଚଉରା ଓ ଅନ୍ୟାନ୍ୟ କବିତା”ପୁସ୍ତକର ପାଠକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି ଅବସରରେ ରାୟଗଡା ଜିଲ୍ଲା ଟିକିରି ଠାରେ ଶିବସ୍ମୃତି ଏବଂ ଟିକିରି ସାହିତ୍ୟ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମରେ ଅନନ୍ୟ ସ୍ରଷ୍ଟା ଶିବପ୍ରସାଦଙ୍କ ବଡଭାଇ ସତ୍ୟନାରାୟଣ ଗନ୍ତାୟତଙ୍କ ସହ ସମ୍ମାନନୀୟ ଅତିଥି ଡଃ ଦୁଷ୍ମନ୍ତ ମହାନ୍ତି,ଶ୍ରୀ ରଘୁନାଥ ବିଶ୍ଵାଳ,ଶ୍ରୀ ନରେନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ |

Comments are closed.