Related Contents

ମାଲକାନଗିରି ବନାଅଂଚଳ ତରଫରୁ ଉଜ୍ଜଲା ଗ୍ୟାସ ବଣ୍ଟନ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ବନାଅଂଚଳ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ତେଲିମେଟା ଓ ରାମପୁର ବନ ସୁରକ୍ଷା ସମିତି ମାଧ୍ୟମରେ ହିତାଧିକାରୀଙ୍କୁ ଉଜ୍ଜଲା ଗ୍ୟାସ ଓ ଚୁଲା ବଣ୍ଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ରେଞ୍ଜର ଶ୍ରୀ ବାସୁଦେବ ନାୟକଙ୍କ ଅଧ୍ୟକ୍ଷତାରେ ସହଯୋଗୀ ଏନଜିଓ ସୃଷ୍ଟିର କର୍ମକର୍ତ୍ତା କିଶୋର ପାଟିକା ସଭା ପରିଚାଳନା କରିଥିଲେ । ବନସୁରକ୍ଷା ଅତି ଜରୁରୀ ବିନା ଗଛ କାଟିବା, ବନ୍ୟଜନ୍ତୁ ସୁରକ୍ଷା, ବିନା କାରଣରେ ଜଙ୍ଗଲରେ ନିଆଁ ଲଗାଇବା ଇତ୍ୟାଦି ଉପରେ ଆଲୋଚନା କରିଥିଲେ । ଜାଳେଣି ନିମନ୍ତେ ଗ୍ୟାସ ବ୍ୟବହାର କରି ପରିବେଶ ପ୍ରଦୂଷଣ ରୋକିବା ଏବଂ ଧୂଆଁରୁ ଶ୍ୱାସ, ଆଖି ଉପରେ କୁ ପ୍ରଭାବ ପଡୁଛି ତା ଉପରେ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବନରକ୍ଷୀ ଦୀପଙ୍କର ଶିଉଳି, ଗାର୍ଡ ଦୀପ୍ତି ରଞ୍ଜନ ନାୟକ, ବନ ସୁରକ୍ଷା ସମିତି ସଭାପତି ରାମଚନ୍ଦ୍ର ମାଡକାମୀ, ସଭ୍ୟ ସିବରାମ କବାସି, ଇଶ୍ୱର ବେଣ୍ଡ, ସୃଷ୍ଟି କର୍ମକତା ବି ଶ୍ରୀନିବାସ ପାତ୍ର, ଅଭିମନ୍ୟୁ ନାୟକ, ପଲାସ ବିଶ୍ଵାସ ହୃଷୀକେଶ ପଣ୍ଡା, ସୁବ୍ରତ ସ୍ୱାଇଁ, ଅଂଶଗ୍ରହଣ କରି ଗ୍ରାମବାସୀଙ୍କୁ ଗ୍ୟାସ ବିତରଣ କରିଥିଲେ ।

Comments are closed.