Advertisements
Monday, June 1, 2020
Home District News ମା’କୁ ଜୀବନ୍ତ ଜାଳି ଦେଲା ମଦ୍ୟପ ପୁଅ

ମା’କୁ ଜୀବନ୍ତ ଜାଳି ଦେଲା ମଦ୍ୟପ ପୁଅ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅ ମା’କୁ ଜୀଅନ୍ତା ଜାଳି ଦେଇଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମପିଭି-୫୫ ଗ୍ରାମରେ ।

ଏହି ଗ୍ରାମରେ ବାସ କରୁଥିବା ତାପସ ମଣ୍ଡଳ ନାମକ ବ୍ୟକ୍ତି ପ୍ରତିଦିନ ମଦ ପିଇ ଘରକୁ ଆସି ପରିବାରର ଲୋକଙ୍କୁ ଗାଳିଗୁଲଜ କରିଥାଏ । ତାପସର ଏଭଳି ବ୍ୟବହାରରେ ନିଜ ସ୍ତ୍ରୀ ମଧ୍ୟ ତାକୁ ଛାଡି ଚାଲିଯାଇଥିବା ଜଣାପଡିଛି । ତେବେ ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ମଦ ପିଇ ଘରକୁ ଆସିବା ପରେ ମା’ ଗୀତା ମଣ୍ଡଳ ପୁଅ ତାପସକୁ ଗାଳିଗୁଲଜ କରିଥିଲା । ଏଥିରେ ତାପସ ରାଗି ଯାଇ ମା’କୁ ଏକ ପଥରରେ ମୁଣ୍ଡକୁ ପିଟି ଦେଇଥିଲା, ଯାହାଫଳରେ ମା’ ତଳେ ପଡି ଛଟପଟ ହୋଇଥିଲେ । ପୁଣି ରାଗ କମିନଥିଲା ଘର ପଛପଟୁ ପାଳକୁଟା ଆଣି ମା’ ଦେହରେ ପକାଇ ତାକୁ ନିଆଁ ଲଗାଇ ଦେଇଥିଲା । ମା’ ଜୀଅନ୍ତା ଜଳୁଥିଲେ ମଧ୍ୟ ପୁଅ ତାପସକୁ ଦୟା ଆସିନଥିଲା । ତେବେ ମା’ର ଚିତ୍କାର ଶୁଣି ଏବଂ ନିଆଁ ଜଳଥିବା ଖବର ସାହିବାସିନ୍ଦା ପାଇବା ପରେ ଘଟଣାସ୍ଥଳକୁ ଦୌଡି ଆସିଥିଲେ କିନ୍ତୁ ସେତେବେଳକୁ ମା’ ଗୀତାର ମୃତ୍ୟୁ ହୋଇଯାଇଥିଲା । ସେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଘରର ବାରଣ୍ଡାରେ ପଡି ରହିଥିଲା । ତୁରନ୍ତ ସାହିବାସିନ୍ଦା ପୁଲିସକୁ ଖବର ଦେବା ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅଭିୟୁକ୍ତ ପୁଅ ତାପସ ଫେରାର ଥିବା ଜଣାପଡିଛି । ପୁଲିସ ତାପସକୁ ଖୋଜୁଥିବା ବେଳେ ଗ୍ରାମବାସୀ ଏବଂ ସାହିବାସିନ୍ଦାକୁ ପଚରାଉଚରା କରୁଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: