Friday, March 29, 2024

Top 5 This Week

Related Posts

ନୂଆପଡ଼ା ଜିଲ୍ଲା ର ଯୋଗାଣ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରିପୋର୍ଟ : ଆରୁଶ୍ରୀ //
କଟକ, (୦୨/୦୨) : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀ । ଆଜି ଭିଜିଲାନ୍ସ ଟିମ୍ ତାଙ୍କ ନୂଆପଡ଼ା ସ୍ଥିତ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ।

ଆଜି ଭୋରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ନୂଆପଡା ଓ କଟକ ର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଏଥିରେ ୬ ଜଣ ଡିଏସପିଙ୍କ ସହ ୧୨ ଜଣ ଇନିସ୍ପେକ୍ଟର ସାମିଲ ଅଛନ୍ତି । ଏହି ଚଢ଼ାଉ ସମୟରେ ନୂଆପଡ଼ା ଜିଲ୍ଲା ର ଯୋଗାଣ ବିଭାଗ ଅଧିକାରୀ ରତ୍ନାକରଙ୍କର କଟକରେ ଦୁଇଟି ବହୁ ତଳ ବିଶିଷ୍ଟ ପ୍ରସାଦ ସହ ଏକ କଲ୍ୟାଣ ମଣ୍ଡପ ଠାବ କରାଯାଇଛି ।

ଏହା ବ୍ୟତୀତ ଚୌଦ୍ୱାରରେ ୩ ଏକରର ଏକ ଜମି ସହିତ ବହୁ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ବଡ଼ କଥା ହେଉଛି କି ରତ୍ନାକର ଗତ କିଛି ଦିନ ତଳେ ୧ କୋଟି ୧୩ ଲକ୍ଷ ଟଙ୍କା ର ଇନ୍ସୁରାନ୍ସ ପ୍ରିମିୟମ ଦେଇଛନ୍ତି ।

Popular Articles