Related Contents

ରାୟଗଡାରେ ଦିନ ଦ୍ବିପହରରେ ୯ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡାର ଜଣେ ଔଷଧ ଦୋକାନୀ, ଯାହାଙ୍କର ରାୟଗଡା ମୁଖ୍ୟ ବଜାରରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଗୋନ୍ତାୟତ ମେଡିକାଲ ଷ୍ଟୋର ନାମରେ ନାମିତ ଏହି ଦୋକାନର ମାଲିକ ଶ୍ରୀରାମ ଗୋନ୍ତାୟତ(ପିଙ୍କୁ)ଦିନ ଦ୍ବୀପହରରେ ରାୟଗଡାର ନିକଟସ୍ଥ ଆନ୍ଧ୍ର ବ୍ୟାଙ୍କରେ ଟଙ୍କା ଉଠାଣ ନିମନ୍ତେ ଯାଇଥିଲେ। ବ୍ୟାଙ୍କରୁ କାମ ସାରି ବାହାରକୁ ବାହାରିବା ସମୟରେ ଏକ କଳା ବାଜାଜ ପଲସର ମୋଟର ସାଇକେଲରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ହାତରୁ ଟଙ୍କା ଝାମ୍ପିନେଲେ ବୋଲି ଶ୍ରୀ ରାମ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ବ୍ୟାଗକୁ ଧରି କିଛି ଦୂର ଦୌଡିଥିଲେ ସୁଦ୍ଧା ବ୍ୟାଗକୁ ଦୁର୍ବୁର୍ତ୍ତଙ୍କ କବଳରୁ ଆଣି ପାରିନଥିଲେ । ଏ ନେଇ ଶ୍ରୀରାମ ରାୟଗଡା ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆନ୍ଧ୍ର ବ୍ୟାଙ୍କ ଭିତରେ ଥିବା ସି ସି ଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ସହର ସାରା ନାକା ବନ୍ଦୀ କରାଯିବ ସହ ଖୁଦ ପୋଲିସ ଏସ ଡ଼ି ପି ଓ ରାଜ କିଶୋର ସାହୁ ଘଟଣାର ତଦନ୍ତ କରୁଛନ୍ତି । ଦିନ ଦ୍ବୀପହରରେ ଟଙ୍କା ଲୁଟକୁ ବ୍ୟବସାୟୀମାନେ ତୀବ୍ର ସମାଲୋଚନା କରିଛନ୍ତି | ରାୟଗଡ଼ାରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କୁ କଡା କଡୀ କରିବା ନିମନ୍ତେ ପୋଲିସଙ୍କୁ ଅନୁରୋଧ କରିଛନ୍ତି । କିଛି ଦିନ ହେବ ପଡୋଶୀ ରାଜ୍ୟ ଆନ୍ଧ୍ରରୁ ଆସୁଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ସହିତ ମାର ପିଟ ଓ ବିହାରରୁ ଆସୁଥିବା ସ୍ବେଟର କମ୍ବଳ ଓ କପଡା ବିକ୍ରି କରିବା ଲୋକଙ୍କୁ ଡ଼ୋରାଇ ଧମକାଇ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି କିଛି ଖୁଚୁରା ବ୍ୟବସାୟୀ ଏନେଇ ପୋଲିସରେ ଅଭିଯୋଗ କାହିଁକି କରୁ ନ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ, ଖୁଚୁରା ବ୍ୟବସାୟୀ କହୁଛନ୍ତି ସବୁଦିନ ଆସିକି ତ ଦାଦାଗିରି ବଟି ଭଳି ମାଗିକି ନେଉଛନ୍ତି କେତେ ଅଭିଯୋଗ କରିବୁ ? ଓ ନିଜେ ମଧ୍ୟ ବ୍ୟବସାୟ କରି ପରିବାରକୁ ପୋଷଣ କରିବା ସହ ନିଜେ ମଧ୍ୟ ବଞ୍ଚିବାର ଅଛି ବୋଲି ଉତ୍ତର ରଖିଛନ୍ତି । ସହରରେ ଦିନକୁ ଦିନ ଚୋରି, ଡକାୟତି, ଗୁଣ୍ଡାଗିରି ବଡିବାରେ ଲାଗିଛି। ଏ ନେଇ ରାୟଗଡାର ଜନ ସାଧାରଣ ଭୟବିତ ହେବା ସହ ଚିନ୍ତାବ୍ୟକ୍ତ କରିଛନ୍ତି।

Comments are closed.