ସରପଞ୍ଚ ପ୍ରାର୍ଥିନୀ ଙ୍କ ପୋଷ୍ଟରରେ ନିଜ ଫଟୋ ରଖି ହରଡଘଣାରେ ପଡିଲେ ପ୍ରଧାନଶିକ୍ଷକ

0
349
ସରପଞ୍ଚ ପ୍ରାର୍ଥିନୀ

ରିପୋର୍ଟ : ଆରୁଶ୍ରୀ //
କଳାହାଣ୍ଡି, (୦୨/୦୨) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ର ବୁଢ଼ିଦର ପଞ୍ଚାୟତ ରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଯାଜ୍ଞସେନୀ ପଣ୍ଡା | ସରପଞ୍ଚ ପ୍ରାର୍ଥିନୀ ଙ୍କ ପୋଷ୍ଟରରେ ଫଟୋ ରଖି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ର ବୁଢ଼ିଦର ପଞ୍ଚାୟତ ରୁ ଆସିଛି ଏହି ଖବର । ଏହି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ହୋଇଥିବା ଯାଜ୍ଞସେନି ପଣ୍ଡାଙ୍କ ସ୍ୱାମୀ ହେଉଛନ୍ତି ସଞ୍ଜୟ କୁମାର ପଣ୍ଡା । ସେ ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ । ଆଉ ତାଙ୍କ ଫଟୋ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା, ସରପଞ୍ଚ ପ୍ରାର୍ଥୀନୀ ପତ୍ନୀ ଯାଜ୍ଞସେନୀଙ୍କ ପୋଷ୍ଟରରେ ରହିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

ଏହି ଖବର ବି ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ତା’ପରେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ବିଇଓ । ଯାହାକି ଚର୍ଚ୍ଚା ର ବିଷୟ ହୋଇଛି ।