Thursday, March 28, 2024

Top 5 This Week

Related Posts

ଜିଲ୍ଲାପାଳଙ୍କ ରାୟଗଡ଼ା ବ୍ଲକ ଗସ୍ତ : ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ଅନୁଧ୍ୟାନ କଲେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୦୧/୦୨) : ଜିଲ୍ଲାପାଳଙ୍କ ରାୟଗଡ଼ା ବ୍ଲକ ଗସ୍ତ ରେ ରାୟଗଡ଼ା ପଞ୍ଚାୟତ ସମିତି ର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସମୀକ୍ଷା ଓ ଅନୁଧ୍ୟାନ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା ।

ଆଜି ଜିଲ୍ଲାପାଳଙ୍କ ରାୟଗଡ଼ା ବ୍ଲକ ଗସ୍ତ ସମୟରେ କୁଲି ଗ୍ରାମ ପଞ୍ଚାୟତ ର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବଡ ଆଲୁବାଡି ଗ୍ରାମ ପଞ୍ଚାୟତ ର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବୈରାଗିହାଲୁଆ ଗ୍ରାମ ପଞ୍ଚାୟତ ର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତାଡମାର ଆଦି ୪ଟି ବିଦ୍ୟାଳୟ ର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ର ଭିତ୍ତିଭୂମି ଉନ୍ନତମାନ ର କରିବା ନିମନ୍ତେ ଵିଶେଷ କରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପାଠାଗାର, ଖେଳ ପଡ଼ିଆ ଆଦି ବ୍ୟବସ୍ଥା କରାଯିବ ଉପରେ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିଥିଲେ l ଏହି ଗସ୍ତବେଳେ ଜିଲ୍ଲାପାଳ ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l

ଏହି ଗସ୍ତ ବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତ ବେଳେ ସରପଞ୍ଚ ଓ ବିଦ୍ୟାଳୟ ସଭାପତି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ରାୟଗଡ ବି.ଡି.ଓ, ଏ.ଇ.ଇ ସଂପୃକ୍ତ ଗ୍ରାମ ପଞ୍ଚାୟତ ଗୁଡିକର ଜେ.ଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ପ୍ରିନ୍‍ସପାଲ ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Popular Articles