ନଗର ଉନ୍ନୟନ ବିଭାଗ ର ଚିଠା ଓ ଜିଲ୍ଲାପାଳଙ୍କ ଚିଠିରେ ଭିନ୍ନ ଭିନ୍ନ ସଂରକ୍ଷଣ ଭୋଟର ବିଭ୍ରାନ୍ତ ?

0
299
ନଗର ଉନ୍ନୟନ ବିଭାଗ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୧/୦୨) : ନଗର ଉନ୍ନୟନ ବିଭାଗ ର ବିଚିତ୍ର ନୀତି ୱାର୍ଡ ନ ୭ କାଶୀନଗର ଭୋଟର ଙ୍କୁ ଦ୍ଵନ୍ଦରେ ପକାଇ ଦେଇଛି । ପ୍ରକାଶ ଥାଉ କି ଗତ ୧୩/୧/୨୨ ରେ ଗଜପତି ଜିଲ୍ଲାପାଳଙ୍କ ଆପତ୍ତି ଅଭିଯୋଗର ଶୁଣାଣି ପରେ ପ୍ରକାଶିତ ଚିଠାରେ ଅଣ ସଂରକ୍ଷିତ ବୋଲି ଚିଠି ଜାରି ହୋଇଥିଲା ।

କିନ୍ତୁ ଗତକାଲି ୩୧/୧/୨୨ ରେ ନଗର ଉନ୍ନୟନ ବିଭାଗ ଚୁଡାନ୍ତ ତାଲିକାରେ ୱାର୍ଡ ନ ୭ କୁ ପୁଣି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ବୋଲି ପ୍ରକାଶ ହୋଇଛି | ଯାହା କି ୱାର୍ଡ ବାସୀ ତଥା ଭୋଟରଙ୍କୁ ଅଡ଼ୁଆରେ ପକାଇ ଦେଇଛି । ଏଣୁ ଜିଲ୍ଲାପାଳ ଙ୍କ ଚିଠିକୁ ବିଭାଗ ଅଣଦେଖା କଲା ପରି ମନେ ହେଉଛି, ଏଣୁ ତୁରନ୍ତ ଏହାର ସଂଶଧିଟ ତାଲିକା ନ ଆସିଲେ ହାଇକୋର୍ଟ ର ଆଶ୍ରୟ ନେବେ ବୋଲି ୱାର୍ଡ ର କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।