Advertisements
Sunday, May 31, 2020
Home District News ଗ୍ରାମାଂଚଳରେ ପାନୀୟ ଜଳର ଅଭାବ-ପୌର ଅଂଚଳରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ

ଗ୍ରାମାଂଚଳରେ ପାନୀୟ ଜଳର ଅଭାବ-ପୌର ଅଂଚଳରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦କିଲୋମିଟର ଦୂର ହଲୁୱା ପଂଚାୟତ ଅନ୍ତର୍ଗତ ଜ଼ପାଖଲ ଗ୍ରାମରେ ଥିବା ନଳକୂପମାନ ଅଚଳ ଯୋଗୁଁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ନିକଟରେ ଥିବା ଏକ ନଦୀପାଣି ଉପରେ ନିର୍ଭର କରି ଚଳୁଛନ୍ତି |

ଏହି ଜ଼ପାଖଲ ଗ୍ରାମରେ ୧୦୦ ଟି ପରିବାରର ୫୦୦ଲୋକବାସ କରନ୍ତି | କିନ୍ତୁ ବହୁଦିନ ତଳେ ପ୍ରସାଶନ ତରଫରୁ ଏକ ଗୋଟିଏ ମାତ୍ର ନଳକୂପ ଖନନ କରାଯାଇଥିଲା କିନ୍ତୁ ତାହା ଅଚଳ ହେବାରୁ ଗ୍ରାମବାସୀ ରାୟଗଡା ଗୋଷ୍ଟି ଉନୟନ ଅଧିକାରୀଙ୍କୁ ଜଣାଇଥିଲେ | ମାତ୍ର କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ଅଭିଯୋଗ କରିଥିଲେ | ଖୁବ ଶୀଘ୍ର ନଳକୂପ ମରାମତି କରାଯିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି | ଅନ୍ୟପଟେ ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪କୋଟି ଟଙ୍କା ବ୍ୟୟରେ ସହରର ପ୍ରାୟ ୧୧କିଲୋମିଟର ନୂତନ ଅଂଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ପାଇପ ଲାଇନ ବିଛା ଯାଇଛି ତାହାକୁ ଲୋକାର୍ପଣ କରାଯାଇଛି | ଯଦ୍ୱାରା ଏହି ଅଂଚଳର ୬୦ହଜାରରୁ ଉର୍ଦ୍ଧ ଜନସାଧାରଣ ଉପକୃତ ହେବେ ଠିକ ସେହିପରି ଗୁଣୁପୁର ଠାରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୩ଟି ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି | ସହରର ସୌରା ପ୍ରଧାନୀ ଗୁଡା ପୁରୁଣା ଗୁଣୁପୁର ଓ ମରାଠିଗୁଡ଼ା ଠାରେ ୯୫୦୦ମିଟର ପାଇପ ଲାଇନ ସଂଯୋଗକରି ୧କୋଟି ୮୦ଲକ୍ଷ ବ୍ୟୟରେ ତିନଟି ପ୍ରକଳ୍ପ ଲୋକାର୍ପଣ କରାଯାଇଛି | ସେହିପରି ଗୁଡାରି ପୌରାଞ୍ଚଳ ରେ ୨୪ଲକ୍ଷ ଟଙ୍କାର ଏକ ପାନୀୟଜଳ ପ୍ରକଳ୍ପକୁ ମଧ୍ୟ୍ୟ ଲୋକାର୍ପଣ କରାଯାଇଛି | ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଅମୀୟ କୁମାର ସେଠି ରାୟଗଡ଼ରେ ଉପସ୍ଥିତ ରହି ପ୍ରକଳ୍ପକୁ ଲୋକାର୍ପଣ କରିଥିବା ବେଳେ ଗୁଣୁପୁର ଠାରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପାଣିଗ୍ରାହୀ ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ବି ଜେ ଡି ନେତା ସାନ ଗୌଡ଼ ବି ତିରୁପତି ଉପସ୍ଥିତ ରହି ପ୍ରକଳ୍ପ ଲୋକାର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: