କଣାଗାଁ ରେ ଭା.ଜ.ପା. ର ମିଶ୍ରଣ ପର୍ବ ତଥା ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
125
କଣାଗାଁ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧/୨) : ବୋରିଗୁମ୍ମା ବ୍ଳକ କଣାଗାଁ ଶିବ ମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟି ର ଶଶାହାଣ୍ଡି ମଣ୍ଡଳ ସଭାପତି ଶ୍ରୀ ଜି.ରାଜା ରାଓଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି, ଜୟପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ସାମନ୍ତରାୟ ତଥା କୋଟପାଡ ବିଧାୟକ ପ୍ରାର୍ଥୀ ଶ୍ରୀ ଖଗେଶ୍ୱର ପୂଜାରୀ ଯୋଗଦାନ କରିଥିବା ଜଣାପଡିଛି । ଆଜିର ଏହି ବୈଠକରେ କଣାଗାଁ ରେ ଭାରତୀୟ ଜନତା ପାର୍ଟି ସମର୍ଥିତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ତଥା ଅନ୍ୟାନ୍ୟ ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରାଯାଇ ପାରିବ ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିବା ବିଷୟ ଶ୍ରୀ ରାଜା ରାଓ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଜଳନ୍ଧର ଗୌଡ, ଖଗେଶ୍ୱର ବିଷୋୟୀ, ସବିତା ବିଷୋୟୀ, ରିତେଶ ବିଷୋୟୀ, ଦୁର୍ଯ୍ୟୋଧନ ଗୌଡ, ଦେବେନ୍ଦ୍ର ବିଷୋୟୀ, ହରିହର ହରିଜନ ପ୍ରମୁଖ ଉପସ୍ଥିତ ଥିବା ବେଳେ କଂଗ୍ରେସ ଛାଡି ଭା.ଜ.ପା. ରେ ୫ ଜଣ ବ୍ୟକ୍ତି ଯୋଗଦାନ କରିଥିବା ଜଣାପଡିଛି ।