ମାତିଛନ୍ତି ସାଇବର ଠକ, ଲୁଟି ନେଉଛନ୍ତି ଟଙ୍କା । ଜାଣନ୍ତୁ ଠକ କେଉଁଠୁ ପାଆନ୍ତି ଲୋକଙ୍କ ତଥ୍ୟ ?

0
143
ମାତିଛନ୍ତି ସାଇବର ଠକ

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୦୧/୦୨) : ମାତିଛନ୍ତି ସାଇବର ଠକ, ଲୁଟି ନେଉଛନ୍ତି ଟଙ୍କା । ଠକମାନେ ଫୋନ୍ କରି ଏକାଧିକ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିନେଉଥିବା ଖବର ସବୁଦିନ ସାମ୍ନାକୁ ଆସୁଛି । ତେଣୁ ଆପଣ ମଧ୍ୟ ଏଭଳି ଠକଙ୍କ ହାବୁଡରେ କେମିତି ନ ପଡିବେ ସେଥିପାଇଁ ଚିନ୍ତାରେ ଥିବେ ।

ମାତିଛନ୍ତି ସାଇବର ଠକ, ବିଶେଷ କରି ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ ସକ୍ରିୟ ଥିବା ଖବର ପରେ ଚିନ୍ତା ବଢି ଯାଇଛି । ପ୍ରାୟ ୧୦ ଦିନର ଅପରେସନ୍ ଓ ଛକାପଞ୍ଝା ପରେ ଠକ ଗ୍ୟାଙ୍ଗ ର ୩ ଜଣ ଧରା ପଡିଛନ୍ତି । ବିଶେଷ କରି ଏମାନେ ବିଭିନ୍ନ ଉପାୟରେ ଲୋକଙ୍କ ମୋବାଇଲ ଫୋନ ସଂଗ୍ରହ କରି ସେମାନଙ୍କୁ ଫୋନ କରୁଥିଲେ ଓ ବ୍ୟାଙ୍କ ତଥ୍ୟ ହାସଲ କରି ଟଙ୍କା ଉଡାଇ ନେଉଥିଲେ ।

ଦିନକୁ ଦିନ ସାଇବର ଅପରାଧ ବଢି ଚାଲିଥିବାବେଳେ ଏଭଳି ଗ୍ୟାଙ୍ଗ ଧରା ପଡିବା ସାଇବର ପୋଲିସ ପାଇଁ ବଡ ସଫଳତା । ହେଲେ ସାଇବର ବିଶେଷଜ୍ଞ କହିଛନ୍ତି ଏମାନେ କେମିତି ଅପରେଟ୍ କରନ୍ତି । ବିଶେଷ କରି ସପିଂ ମଲ, ରେଷ୍ଟୁରାଂଟ କିମ୍ବା ଅନ୍ୟ ବ୍ୟବସାୟିକ ସଂସ୍ଥାରେ ଆପଣ ଅଜଣା ଲୋକଙ୍କୁ ମୋବାଇଲ ନମ୍ବର ଦେଲେ ଏହାକୁ ହାସଲ କରିନିଅନ୍ତି ଏହି ଅପରାଧୀ । ଆଉ ତା ପରେ ମୋବାଇଲ ନମ୍ବର ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତା କିମ୍ବା ଅନଲାଇନ ଟ୍ରାଞ୍ଜାକ୍ସନ ଆପରୁ ଟଙ୍କା ଗାଏବ କରିଦିଅନ୍ତି । ତେଣୁ ସାଇବର ବିଶେଷଜ୍ଞଙ୍କ କହିବା ହେଲା ମଲରେ ଦିଅନ୍ତୁ ନାହିଁ ମୋବାଇଲ ଫୋନ୍

ଠକ ଗ୍ୟାଙ୍ଗ ର ତିନିଟି ୟୁନିଟ୍

ପ୍ରଥମ ୟୁନିଟର କାମ

– ବିଭିନ୍ନ ଡାଟାବେସ୍ ପ୍ରଦାନକାରୀ ସଂସ୍ଥାଠାରୁ ଲୋକଙ୍କ ତଥ୍ୟ ସଂଗ୍ରହ
– କଲ ସେଂଟର, ସର୍ଭିସ ପ୍ରଭାଇଡରଙ୍କଠାରୁ ଲୋକଙ୍କ ତଥ୍ୟ ହାସଲ
– ଇଂଟରନେଟ୍ ୱେବସାଇଟରୁ ବିଭିନ୍ନ ବର୍ଗର ଲୋକଙ୍କ ତଥ୍ୟ ଚୋରି

ଦ୍ୱିତୀୟ ୟୁନିଟର କାମ

– ତଥ୍ୟ ମିଳିବା ପରେ ତାଲିମପ୍ରାପ୍ତ କଲର ଫୋନ୍ କରି ଠକେଇର ଜାଲ ବୁଣନ୍ତି
– ଜଣେ କଲର ପ୍ରତିଦିନ ଅନୁନ୍ୟ ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଫୋନ୍ କରନ୍ତି
– ଅଧିକାଂଶ ଲୋକ ଠକ ବୋଲି ଜାଣିପାରି ଫୋନ୍ କାଟନ୍ତି ଓ ୫ରୁ ୧୦ ଜଣ ଫସନ୍ତି

ଶେଷ ୟୁନିଟର କାମ

– ଶେଷ ୟୁନିଟ୍ ଲୋକଙ୍କ ବ୍ୟାଙ୍କ ଆକାଉଂଟ୍ ଓ ଇ-ପେମେଂଟ୍ ସହ ଡିଲ କରନ୍ତି
– ମିଳିଥିବା ତଥ୍ୟ ଆଧାରରେ ଗରିବ ଓ ଅଜଣା ଲୋକଙ୍କ ନାଁରେ ଆକାଉଂଟ ଖୋଲନ୍ତି
– ଫେକ୍ ଆଇଡି ଓ ଅନଲାଇନ୍ ପେମେଂଟ ଆକାଉଂଟ ଖୋଲି ଟଙ୍କା ଉଡାଇ ନିଅନ୍ତି

ଠକ କେଉଁଠୁ ପାଆନ୍ତି ଲୋକଙ୍କ ତଥ୍ୟ ?

– ଆଉଟସୋର୍ସିଂ ଓ କଷ୍ଟମର କେୟାର ସଂସ୍ଥା ସହ ନିୟମିତ ଯୋଗାଯୋଗରେ ରହୁଥିଲେ
– ପଶ୍ଚିମବଙ୍ଗ କୋଲକାତାର ସଲ୍ଟ ଲେକ୍ ସିଟିରେ ରହିଛି ଏଭଳି ପୁଳାପୁଳା ସଂସ୍ଥା
– ଏହି ସଂସ୍ଥା ପାଖରେ ରହୁଛି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ର କୋଟି କୋଟି ଗ୍ରହକଙ୍କ ତଥ୍ୟ
– ସଂସ୍ଥା ର କିଛି ଅସାଧୁ କର୍ମଚାରୀ ଲୋକଙ୍କ ଗୋପନୀୟ ତଥ୍ୟ ଠକଙ୍କୁ ବିକ୍ରି କରୁଥିଲେ
– ମିଳିଥିବା ସୂଚନା ଅନୁସାରେ ‘ଡାର୍କ ୱେବ୍’ ରେ ମଧ୍ୟ ଲୋକଙ୍କ ସବୁ ତଥ୍ୟ ଉପଲବ୍ଧ
– ବିଭିନ୍ନ ସପିଂ ମଲ ଓ ବ୍ୟବସାୟିକ ସଂସ୍ଥାରେ ଗ୍ରାହକ ଦେଉଥିବା ମୋବାଇଲ ନମ୍ବର ବିକ୍ରି ହେଉଛି
– ଠକ ଗ୍ୟାଙ୍ଗ ଧରା ପଡିବା ପରେ ଏଭଳି ସଂସ୍ଥା ଏବେ କ୍ରାଇମବ୍ରାଂଚ୍ ସ୍କାନରରେ ଅଛନ୍ତି

ବିମାନରେ ବୁଲୁଥିଲେ, ହୋଟେଲରେ ରହୁଥିଲେ

– ଲୋକଙ୍କଠୁ ଟଙ୍କା ଲୁଟି ବିଳାସପୂର୍ଣ୍ଣ ଜୀବନ ବଂଚୁଥିଲେ ଠକ ଗ୍ୟାଙ୍ଗ ସଦସ୍ୟ
– ବିମାନରେ ଦେଶସାରା ବୁଲି ବଡ ବଡ ହୋଟେଲରେ ରାତି ବିତାଉଥିଲେ
– ଲୁଟ୍ ଟଙ୍କାରେ କିଣୁଥିଲେ ଆପଲ ଆଇଫୋନ୍-୧୨ ଓ ଦାମୀ ସାମଗ୍ରୀ
– ଗିରଫ ଠକଙ୍କ ପାଖରୁ ମିଳିଛି ପୁରୀ ସି-ବିଚ୍ ପାଖ ହୋଟେଲର ବିଲ
– ଅନଲାଇନ୍ ସପିଂ ସାଇଟରୁ କିଣୁଥିଲେ ଦାମୀ ଗିଫ୍ଟ ଭାଉଚର
– ସଂପର୍କୀୟ, ସାଙ୍ଗ ଓ ଚିହ୍ନା ପରିଚୟଙ୍କ ଆକାଉଂଟକୁ ପଠାଉଥିଲେ ଲୁଟ୍ ଟଙ୍କା
– ନବମ ଯାଏଁ ପାଠ ପଢି ବି ସାଇବର ଜ୍ଞାନରେ ଥିଲେ ମାହିର
– ଅଳ୍ପ ଶିକ୍ଷା ଦିକ୍ଷା ଥାଇ ବି ବହୁ ବଡବଡିଆଙ୍କୁ ଲୁଟିବାକୁ ବିଛାଉଥିଲେ ଜାଲ