କଣ୍ଟାମାଳ ପୋଲିସ ଦ୍ୱାରା କାର ସହ ୫୪ କେଜି ଗଞ୍ଜେଇ ଜବଦ ଓ ତିନି ଅଭିଯୁକ୍ତ ଗିରଫ

0
265
କଣ୍ଟାମାଳ ପୋଲିସ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୩୦/୦୧) : ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା କାର ସହିତ ୫୪ କେଜି ଗଞ୍ଜେଇ ଜବତ ଓ ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଖବର ମିଳିଛି ।

ସୂଚନା ଅନୁଯାଇ ବିଶେଷ ସୂତ୍ରରୁ ଖବର ପାଇ ଡ଼ିଏସପି ତପସ୍ୱିନୀ କହଁର ଙ୍କ ତତ୍ଵାବଧାନରେ କଣ୍ଟାମାଳ ପୋଲିସ ଅତର୍କିତ ଭାବେ ଚଡାଉ କରି ଗଞ୍ଜେଇ ଭର୍ତ୍ତି OD 02 CA 0080 ଏକ କାର କୁ ଜବତ କରିଥିଲା । କାର ରୁ ତିନୋଟି ବସ୍ତାରେ ଭର୍ତ୍ତି ହୋଇଥିବା ୫୪ କେଜି ଗଞ୍ଜେଇ ଜବତ କରିବା ସହିତ ତିନିଜଣ ଗଞ୍ଜେଇ ମାଫିଆ କୁ ଗିରଫ କରିଛି । ଅଭିଯୁକ୍ତ ମଧ୍ୟରୁ ସାଗର ପଲେଟ (୨୨) ଛତିଶଗଡ ର ଅମରପୁର ଥାନା ଅଞ୍ଚଳ ର ଦୀନେଶ ପଟେଲ (୩୬), ମଧ୍ୟପ୍ରଦେଶ ର ଛିଳ୍ପା ଜିଲ୍ଲା ଅନୁପୁର ଅଞ୍ଚଳ ର ସଞ୍ଜୟ ବଘେଲ ଛତିଶଗଡ ର ବୋଲି ଜଣାପଡିଛି ।

ଏହି ତିନି ଜଣଙ୍କ ନାମରେ କଣ୍ଟାମାଳ ଥାନାରେ କେସ ନଂ 20/22u/s20(b)(ii)c NDPS ଧାରରେ କେସ ରୁଜୁ କରାଯାଇଥିବା ସହିତ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଡ଼ିଏସପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି ।