ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଠକେଇ ର ଶିକାର ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି

0
239
ପ୍ରଧାନ ମନ୍ତ୍ରୀ ଆବାସ

ରିପୋର୍ଟ : ସନ୍ତୋଷ ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୩୧/୦୧) : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାଧାରଣ ଙ୍କୁ କିଭଳି ପକ୍କା ଛାତ ଘର ନିର୍ମାଣ କରାଯିବ ତଥା ଯୋଜନା ମୁତାବକ ଧାର୍ଯ୍ୟ ମୂଲ୍ୟ ର ସହାୟତା ଯୋଗାଇ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ।

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଅନୁଦାନ ରାଶି ଯୋଗାଇ ଦେଇ ଗରିବ ତଥା ଭୂମିହୀନ ଲୋକ ଥଇଥାନ ବ୍ୟବସ୍ଥା ର ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ କର୍ମଚାରୀ ଙ୍କ ମନୋମୁଖୀ ଭାବେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ନଜର କୁ ଆସିଛି । ପ୍ରକାଶ ଯେ, ଟିଟିଲାଗଡ଼ ଉପଜିଲ୍ଲାପାଳ ସ୍ଥାନୀୟ ପୌର ପରିଷଦ ଅଧିକାରୀ ଭାବେ ଦାୟିତ୍ୱରତ ଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ୧୩ ନମ୍ବର ୱାର୍ଡ ର ଜଣେ ମହିଳା କର୍ମଚାରୀ ଓ ତାଙ୍କ ସ୍ୱାମୀ ମିଶି ଟିଟିଲାଗଡ଼ ଉପଖଣ୍ଡ ସହ ଟିଟିଲାଗଡ଼ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ବହୁ ସଂଖ୍ୟକ ଗରିବ ଶ୍ରେଣୀ ର ଲୋକଙ୍କ ନିକଟରୁ ମୋଟା ଅଙ୍କ ର ଅର୍ଥ ଆଦାୟ ବେଆଇନ ଭାବେ କରିବା ସତ୍ତ୍ୱେ କେବଳ ଦିନ ଗଡେଇ ଦେଇଥିବା ଟଙ୍କା ମଧ୍ୟ ଫେରସ୍ତ ନ କରୁଥିବା ନେଇ ପ୍ରାୟ ୨୭ ଜଣ ହିତାଧିକାରୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ସେହିପରି ଯେଉଁ ହିତାଧିକାରୀଙ୍କ ନିମନ୍ତେ ସହରାଞ୍ଚଳରେ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ପ୍ରଦାନ ବଦଳରେ ଜାଣି ଶୁଣି ଅର୍ଥ ଲୋଭରେ ନା ନା ଆଳରେ ଦିନ ଗଡେଇ ମୋଟା ଅଙ୍କ ର ଅର୍ଥ ନିଜେ ହଡପ କରି ଜାଲ ସ୍ଵାକ୍ଷର ହିତାଧିକାରୀଙ୍କ କରି ଅନ ଲାଇନ ରେ ତୃଟି ପୂର୍ଣ୍ଣ କାଗଜପତ୍ର ଦାଖଲ କରିବା ପରି ଗୁରୁତର ଅଭିଯୋଗ ହୋଇଛି ।

ଏ ନେଇ ଠକେଇ ର ଶିକାର ହୋଇ ଆସିଥିବା ସମସ୍ତ ଉପଯୁକ୍ତ ହିତାଧିକାରୀ ଙ୍କୁ କିପରି ତାଙ୍କ ଟଙ୍କା ଫେରସ୍ତ ମିଳିବ ତଥା ଉକ୍ତ ଯୋଜନା ର ସଠିକ କାର୍ଯ୍ୟକାରିତା ହୋଇ ସାଧାରଣ ଲୋକ ଉପକୃତ ହେବେ ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହୋଇଛି ।