Thursday, March 28, 2024

Top 5 This Week

Related Posts

ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀ ଙ୍କ ପରଲୋକ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୩୧/୦୧) : କଳାହାଣ୍ଡି ର ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ରବିବାର ସନ୍ଧ୍ୟା ୭.୪୦ ମି ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।

ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ଆଜି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନିଆଯାଇଥିଲା ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀ ଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ସାମ୍ବାଦିକ ମହଲ ରେ ଶୋକ ର ଛାୟା ଖେଳିଯାଇଛି ।

ସେ ଦୀର୍ଘ ୩୪ ବର୍ଷ ଧରି ସାମ୍ବାଦିକତା କରିଥିଲେ । ଏହା ବ୍ୟତୀତ ସେ ଜାତୀୟ ଯୁବ ପୁରସ୍କାର, ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଭାବରେ ଜିଲ୍ଲାରେ ବେଶ ପରିଚିତ ଥିଲେ । ଜଣେ ନିର୍ଭୀକ ସାମ୍ବାଦିକ, ସମାଜ ସେବୀ, ଓ ଜଣେ ସମାଜ ସୁଧାରକ ଭାବରେ ସେ ଜିଲ୍ଲାରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତାଙ୍କର ପରଲୋକରେ ସାମ୍ବାଦିକ ମହଲ ସମେତ ସମଗ୍ର ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି । ସ୍ୱର୍ଗତ ଯୋଶୀଙ୍କ ପରଲୋକରେ ଜିଲ୍ଲା ସାମ୍ବାଦିକ ସଂଘ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଙ୍ଘ, କଳାହାଣ୍ଡି ସାମ୍ବାଦିକ ସଙ୍ଘ ତରଫ ଶୋକ ପ୍ରକାଶ କରାଯାଇଛି ।

ଜିଲ୍ଲା ର ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜନେତା ଓ ସାମ୍ବାଦିକ ମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ଜଣେ ମିଷ୍ଟଭାସ, ସ୍ନେହୀ, କଳାହାଣ୍ଡି ମାଟିର ଜଣେ ସଂଗ୍ରାମୀ ସାମ୍ବାଦିକଙ୍କୁ ହରାଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

Popular Articles