Related Contents

ରାୟଗଡା ଚଇତି ଲୋକମହତ୍ସବ ଉଦଯାପନୀରେ ଜ଼ିଲ୍ଲାପାଳଙ୍କ ଦେଶାତ୍ମକ ସଂଗୀତ ସାଙ୍ଗକୁ ଢେମସା ଆଦିବାସୀ ଓ ଶିବତାଂଡବ ନୃତ୍ୟ ଦର୍ଶକଙ୍କ ମନମୋହିଛି

ରାୟଗଡା (ଅମୁଲ୍ୟ ନିଶଙ୍କ/ଗୋପୀନାଥ ଗୌଡ଼): ଦୀର୍ଘ ୫ଦିନଧରି ଚଲାଇଥିବା ରାୟଗଡ଼ ଲୋକମହତ୍ସବ ଚଇତିର ଉଦଯାପନୀ ଘଟିଛି | ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଯୋଗଦେଇ କହିଥିଲେ କଳାସଂସ୍କୃତି ଆମର ଗୌରବ ଓ ଗର୍ବ ହୋଇଥିବାବେଳେ ଆମର ଲୋକ ମହୋତ୍ସବ ଚଇତି ବର୍ତ୍ତମାନ ଏକତାର ମଂଚ ପାଲଟିଛି |

ଯଦ୍ୱାରା ଭାଇଚାରା ସାଙ୍ଗକୁ ସରକାରୀ ଯୋଜନାର ପ୍ରଚାର ପ୍ରସାର ବହୁମାତ୍ରାରେ ହେଉଛି ଓ ତାହାସହିତ କଳା ସଂସ୍କୃତିର ଆଦାନପ୍ରଦାନ ଘଟୁଛି | ପଲ୍ଲିଶ୍ରୀମେଳା ମାଧ୍ୟମରେ ବିଭିନ୍ନ ହସ୍ତକଳାର କାରୁକାର୍ଯ୍ୟ ଲୋକଲୋଚନକୁ ଆସିପାରୁଛି | ଯେଉଁ ସମାଜ ସଭ୍ୟତା ଯେତେ ଶିକ୍ଷିତ ତାହାର କଳା ସଂକୃତି ସେତିକି ମାଧୁର୍ଯ୍ୟପୂର୍ଣ ଓ ଉଚ୍ଚକୋଟୀର କଳା ସଂସ୍କୃତି ସାଙ୍ଗକୁ ଶିକ୍ଷା ନିତାନ୍ତ ଆବଶ୍ୟକ ଯଦ୍ୱାରା ଆମର ଏହି ସମାଜରୁ ଅନ୍ଧବିଶ୍ୱାସ ସାଙ୍ଗକୁ କୁସଂସ୍କାର ଦୂର ହୋଇପାରିବ ଜ଼ିଲ୍ଲାପାଳ ଆହୁରି କହିଲେ ଯେ ଆଦିବାସୀ ପିଲାମାନେ ଶିକ୍ଷାରୁ ବଂଚିତ ହେବା ଉଚିତ ନୁହେଁ ସେମାନଙ୍କ ନିମନ୍ତେ ସରକାର ସମସ୍ତ ସୁବିଧା ସୁଯୋଗ କରିଛନ୍ତି ତାହାର ଉପଯୁକ୍ତ ବିନିଯୋଗ କରିବା ଦରକାର | ଚଇତି ମଞ୍ଚରୁ ଏକ ଵାର୍ତା ମାଧ୍ୟମରେ ସାମାଜିକ ପରିବର୍ତନ ମାନଚିତ୍ରରେ ରାୟଗଡାକୁ ପହଂଚାଇବା କହିଥିଲେ | ଯେତେବେଳେ ସାମ୍ବାଦିକ ବନ୍ଧୁମାନେ ଉଦ୍ଯାପନୀ ବିଷୟରେ ପଚାରିଥିଲେ ଜ଼ିଲ୍ଲାପାଳ କିଛି ସମୟ ଭାବବିହ୍ୱଳ ହୋଇଯାଇଥିଲେ |

ଚଇତି ୨୦୧୮ ରାୟଗଡା ବାସୀଙ୍କ ମଧ୍ୟରେ ଏକତା ସୃଷ୍ଟି କରିଛି | ଏହା ବଜାୟ ରହୁ ଓ ଆଗାମୀ ୨୦୧୯ ନୂତନ ବର୍ଷ ସମସ୍ତ ରାୟଗଡା ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଜ଼ିଲ୍ଲାପାଳଙ୍କୁ ଦେଶାତ୍ମକ ବୋଧ ସଂଗୀତ ହର କରମ ଅପନା କରେଁଗେ, ହେ ମେରେ ବତନକି ଲୋଗ, ସନ୍ଦେଶ ଆତେହେଁ ଏହି ପରି ଗୋଟିଏ ପରେ ଗୋଟିଏ ସଂଗୀତ ତାଙ୍କ ସାଥି ସହଯୋଗୀ ଅଧିକାରୀ ଉପଜିଲ୍ଲାପାଳ ପ୍ରବୀର ନାୟକ, ପ୍ରକଳ୍ପ ପ୍ରସାଶକ ଗ୍ରାମ୍ୟ ଉନୟନ ସଂସ୍ଥା ରାୟଗଡ଼ ଶ୍ରୀ ଅମୃତ ଋତୁରାଜଙ୍କ ସହିତ ସଂଗୀତ ଗାନ କରିଥିଲେ | ଉପସ୍ଥିତ ଦର୍ଶକ ବୃନ୍ଦ ମନମୁଗ୍ଧ ହୋଇଯାଇଥିଲେ | ଜ଼ିଲ୍ଲାପାଳ ଗୁହା ପୂନମଙ୍କ ସଂଗୀତ ସାଙ୍ଗକୁ ତାଙ୍କର ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ନୃତ୍ୟ ଦର୍ଶକଙ୍କୁ ମନମୋହିଥିଲା | ଲୋକେ ଏଥରେ ବହୁତ ଆନନ୍ଦ ଉପଭୋଗ କରିଥିଲେ, ପ୍ରବଳ ଥଣ୍ଡା ସତ୍ୱେ ମଧ୍ୟ ଦର୍ଶକ ଜ଼ିଲ୍ଲାପାଳଙ୍କ ନୃତ୍ୟ ଦେଖିବା ନିମନ୍ତେ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶୀ ବଂଗଳନୃତ୍ୟ ମହିଳାଙ୍କ ବିହୁ ଢେମସା ନୃତ୍ୟ ବହୁ ଉଚାକୋଟିର ଥିଲା | ଏହି ମନୋରମ ପରିବେଶରେ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ସଂସ୍କୃତି ଅଧ୍ୟକ୍ଷା ଗୁହା ପୂନମ ତାପସ କୁମାରଙ୍କୁ ଓ ଅମୃତ ଋତୁରାଜ ପ୍ରକଳ୍ପ ପ୍ରସାଶକ ଗ୍ରାମ୍ୟ ଉନୟନ ସଂସ୍ଥା ରାୟଗଡ଼ ଚଇତି କମିଟି ତରଫରୁ ସମ୍ମାନିତ କରାଯାଇଥିଲା | ଅନୁଷ୍ଠିତ ପଲ୍ଲିଶ୍ରୀମେଳାର ସରକାରୀ ଷ୍ଟଲ ଆଇଟି ଡ଼ିଏ ରାୟଗଡ଼କୁ ପ୍ରଥମ, ମୃତିକା ସଂରକ୍ଷଣ ବିଭାଗକୁ ଦ୍ଵିତୀୟ, ଉଦ୍ୟାନ ବିଭାଗକୁ ତୃତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା |

ସେହିପରି ବିଜ୍ଞାନ ପ୍ରଦର୍ଶନୀରେ ଖିଲାମୁଣ୍ଡା ଏସ ଏସ ଡ଼ି ସ୍କୁଲ ପ୍ରଥମ ରାୟଗଡା କନିଷ୍ଠ ମହାବିଦ୍ୟାଳୟ ଦ୍ଵିତୀୟ ଥେରୁବାଲି ଇମ୍ଫା ହାଇସ୍କୁଲ ତୃତୀୟ ସ୍ଥାନ ପାଇଁ ପୁରସ୍କୃତ ହୋଇଥିଲେ | ଏହି କାର୍ୟକ୍ରମରେ ସାହିତ୍ୟିକ ସୁଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଚଇତି ନିମନ୍ତେ ପ୍ରସ୍ତୁତି ବୈଠକରୁ ଆରମ୍ଭ କରି ସମାପ୍ତ ପର୍ଯ୍ୟନ୍ତ ସହଜ କରିଥିବା ସମସ୍ତ କମିଟି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହା ସାଙ୍ଗକୁ ଜ଼ିଲ୍ଲାପାଳ ଚଇତିକୁ ଅତି ସୁନ୍ଦର ଭାବେ ଗଢ଼ି ତୋଳିଛନ୍ତି ସେଥି ନିମନ୍ତେ ଆମ ଚଇତି କମିଟି ସହିତ ରାୟଗଡା ବାସି ଆପଣଂକୁ ଚିରଦିନ ଭୁଲିପାରିବେ ନାହିଁ ବୋଲି ଜନସଧାରଣ ଏହି ଚଇତି ମୋନରଞ୍ଜନ କାର୍ୟକ୍ରମରେ ଭାବ ବିହ୍ୱୋଳହୋଇ କହିଲେ | ଆମେ ଏହି ପରି ଏକ ମହିଳା ଜ଼ିଲ୍ଲାପାଳ ଯିଏ କି ଏକ ପ୍ରତିଭାବାନ ବ୍ୟକ୍ତି ଏକ ଧାରାରେ ସଂଗୀତ ,ନୃତ୍ୟ ସାଙ୍ଗକୁ ସର୍ବଭାବପୂର୍ଣ୍ଣ ମହିଳାଙ୍କୁ ପାଇ ଗର୍ବିତ | ବିଶେଷ କରି ତୃତୀୟ ଲିଂଗି ,ମହିଳା ସମାଜ ଯୁବ କଳାକାର ଜ଼ିଲ୍ଲାପାଳଙ୍କୁ ଆମେ କେବେ ଭୁଲିପାରିବୁ ନାହିଁ ଆଜି ସେ ଏହିଠାରେ ଜିଲ୍ଲାପାଳ ଅଛନ୍ତି ବିଧିର ବିଧାନ ସେ ଅନ୍ୟତ୍ର ବଦଳି ହୋଇଗଲେ ମଧ୍ୟ ଏହି ରାୟଗଡା ମାଟିକୁ ନ ଭୁଲି ଚଇତି ଉତ୍ସବରେ ଯୋଗଦେବେ ବୋଲି ଆଶା ରଖିଛନ୍ତି | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ରାୟଗଡା ଲାଲବିହାରୀ ହିମ୍ରିକା, ଗୁଣୁପୁର ବିଧାୟକ ତ୍ରିପତି ଗମାଙ୍ଗ ଯୋଗ ଦେଇଥିଲେ |

ଝିଅଟି ଯେପରି ନୂଆ ବୋହୁ ରୂପେ ସଜାଇହୋଇ ବାପଘରୁ ବିଦାୟ ନେଇଥାଏ ଠିକ ସେହିପରି ସମଗ୍ର ସହର ନୂଆବହୂ ପରି ସଜାଇହୋଇ ଚଇତି ୨୦୧୮ରୁ ବିଦାୟ ନେଇଛି | ଜ଼ିଲ୍ଲାପାଳ ନୂଆବୋହୂ ପରି ସଜାଇ ହୋଇଥିବା ଚଇତି ୨୦୧୮ କୁ ନଡ଼ିଆ ମାରି ବିଦାୟ ଜଣାଇଥିଲେ | ଏହି ମୁହୂର୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା | ଯେପରି ବାପ ଘରୁ ଝିଅ ବିଦାୟ ନେଲେ ମା ବାପା କାନ୍ଦିପକାନ୍ତି ସେହିପରି ଚଇତି ମଞ୍ଚରେ ଉପସ୍ଥିତ ଜନସାଧାରଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ | ପୁଣି ଅପେକ୍ଷା ଆସନ୍ତା ବର୍ଷ ଚଇତି ୨୦୧୯କୁ |

Comments are closed.