ଶହୀଦ ଦିବସ ପାଳିତ

0
295
ଶହୀଦ ଦିବସ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା. (୩୦/୦୧) : ଜାତି ର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି |d83bc28d 365d 4d5b bc7a 888586479a25 ଶହୀଦ ଦିବସ ପାଳିତ

ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଗ୍ରନ୍ଥାଗାରୀକ ଶ୍ରୀ ଡମ୍ବରୁଧର ପଣ୍ଡା, ସହ ସଂଚାଳକ ଶ୍ରୀ ସାମ୍ରାଟ ସାହୁ, ସହକର୍ମୀ ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରl ଓ ଅଗ୍ନିସମ ବିଭାଗର ଆଗ୍ନେୟକ ମାନେ ଯୋଗଦାନ କରି ଶହୀଦ ମାନଙ୍କୁ ଉଦ୍ଧେଶ୍ୟରେ ନିରୋବ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l368e873c 6f67 4b53 a58e 2a2707a61f68 ଶହୀଦ ଦିବସ ପାଳିତ

ଅଗ୍ନିସମ ବିଭାଗ ର ତରଫରୁ ନିରୋବ ପ୍ରାର୍ଥନା ପୂର୍ବରୁ ଓ ପରେ ୨ ଥର ସାଇରନ ଦିଆଯାଇଥିଲା l ସେହିପରି ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟରେ, ବଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଏବଂ ଜିଲ୍ଲା ର ବିଭିନ୍ନ ବିଭାଗ ମାନଙ୍କରେ କୋଭିଡ ଗାଇଡଲାଇନ ମାନି ସୀମିତ କର୍ମଚାରୀଙ୍କୁ ନେଇ ପାଳନ କରାଯାଇଛି l ପୌରପାଳିକା ତରଫରୁ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା l