Related Contents

ଚଇତି ମହୋତ୍ସବର କଳା ସଂସ୍କୃତି ବିଶ୍ୱଦରବାରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି- ରାହୁଲ ପି ଆର ଜ଼ିଲ୍ଲା ପୋଲିସ ଅଧିକ୍ଷକ

ରାୟଗଡା (ଅମୁଲ୍ୟ ନିଶଙ୍କ/ଗୋପୀନାଥ ଗୌଡ଼): ରାୟଗଡା ଲୋକ ମହୋତ୍ସବ ଚଇତିର ଚତୁର୍ଥ ସନ୍ଧ୍ୟାରେ ଅତିଥି ରୂପେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଶ୍ରୀ ରାହୁଲ ପି ଆର ନିଜର ବକ୍ତବ୍ୟରେ ଆଦିବାସୀଙ୍କ କଳା ସଂସ୍କୃତିକୁ ବହୁ ପ୍ରଶଂଶା କରିଥିଲେ |

ତା ସହିତ ସେ କହିଥିଲେ ଆମ୍ଭେ ଆଦିବାସୀଙ୍କ କଳା ସଂସ୍କୃତିକୁ ଟଙ୍କା ପଇସା ଦେଇ କିଣିପାରିବେ ଅନ୍ୟ ସ୍ଥାନ ରେ କିନ୍ତୁ ଏହି ଚଇତି ରଙ୍ଗମଞ୍ଚରେ ଯେଉଁ ଆଦିବାସୀ କଳା ସଂସ୍କୃତି ପରିବେଷିତ ହେଉଛି ତାହା କିଣି ପାରିବେ ନାହିଁ | ଏହି ଚଇତି ଜ଼ିଲ୍ଲାର କଳା ସଂସ୍କୃତି ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ବହୁ ସହାୟକ ହୋଇଛି | ଏହି ମଞ୍ଚ ପୁରପଲ୍ଲୀ ଆଦିବାସୀ ଅଂଚଳରୁ ଦିଲ୍ଲୀ କଲିକତା ପର୍ଯ୍ୟନ୍ତ କଳାକାର ମାନଙ୍କୁ ଏକ ସ୍ଥାନରେ ବାନ୍ଧି ରଖିଛି |

ତାହା ସାଙ୍ଗକୁ ଭାଇଚାରା ସୃଷ୍ଟି କରିଛି | ସମ୍ମାନିତ ଅତିଥି ଭାବେ ଉତ୍କଳ ଆଲୁମିନା ଦୋରଗୁଡ଼ା ଟିକିରି ପ୍ରକଳ୍ପ ମୁଖ୍ୟ ଓ ସଭାପତି ଯୋଗ ଦେଇ କହିଥିଲେ କଳା ସଂସ୍କୃତି ସୁରକ୍ଷା ନିମନ୍ତେ ପାଳିତ ହେଉଥିବା ଚଇତି ମୋହତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗତ ତିନି ବର୍ଷ ଧରି ସୁଯୋଗ ଦେଇଥିବାରୁ ଚଇତି କମିଟିକୁ ବହୁ ପ୍ରଶଂଶା କରିବା ସହିତ ଆଦିବାସୀଙ୍କ ଲୁକ୍କାୟିତ କଳାକୁ ଉଦ୍ଜୀବିତ କରିବା ଆମ ସମସ୍ତଙ୍କ ଏକ ମୁଳ ଲକ୍ଷ୍ୟ ଓ ଉତ୍କଳ ଆଲୁମିନା ଏହି କାର୍ଯ୍ୟକ୍ରମରେ ଅଂଶୀଦାର ହୋଇଥିବାରୁ ଆମେ ଗର୍ବିତ ବୋଲି କହିଥିଲେ | ସେହିପରି ଅନ୍ୟତମ ଅତିଥି ଜେ କେ କାଗଜକଳ ନିର୍ବାହୀ ଉପସଭାପତି ପବନ କୁମାର ସୁରି ଯୋଗଦେଇ କହିଥିଲେ ଚଇତି ରଙ୍ଗମଞ୍ଚ ସବୁ ଶ୍ରେଣୀର କଳାକାର ମାନଙ୍କୁ ସେମାନଙ୍କ କଳା ଦେଖାଇବାର ସୁଯୋଗ ଦେଇଛି | ଏହି ଅବସରରେ ଚଇତାଳି ୨୦୧୮ ମୁଖପାତ୍ର ସାଙ୍ଗକୁ ଚଇତି ସଂଗୀତ ସିଡ଼ିକୁ ଜ଼ିଲ୍ଲାପାଳ ତଥା ଚଇତି ମୋହତ୍ସବର ଅଧ୍ୟକ୍ଷା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଉଦଘାଟନ କରିଥଲେ | ତାହା ସାଙ୍ଗକୁ ଚଇତି ସମ୍ମାନରେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ରିତା ରାଣୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା |

ଏଥି ସହିତ ନିକଟ ଅତୀତରେ ୨୦୧୭ରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ ହୋଇଥିବା କାଶୀପୁର ବ୍ଲକର ଆଦିବାସୀ ଝୋଡିଆ ଝିଅ ପ୍ରଭାତୀ ଝୋଡିଆଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା | ଏହି ଝୋଡିଆ ଝିଅ ଏହି ଅଂଚଳ ପାଇଁ ଏକ ଗୌରବ ଆଣିଛି | ଏହା ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ବୋଲି ଜ଼ିଲ୍ଲାପାଳ ତଥା ପୋଲିସ ଆରକ୍ଷୀ ଅଧିକ୍ଷକ କହିଛନ୍ତି | ଆଜିର ଏହି ଚତୁର୍ଥ ସାଂସ୍କୃତିକ ସଂଧ୍ୟାରେ ହଜାରହଜାର ସଂଖ୍ୟାରେ ଦର୍ଶକ ଯୋଗଦେଇ ତୃତୀୟ ଲିଂଗି ବେଜ ଶ୍ରେଣୀ କଳାକାରଙ୍କ କୋରାପୁଟିଆ ଢେମସା ସାଙ୍ଗକୁ ଓଡିଶୀ ବିହୁ ନୃତ୍ୟ ଆଦିବାସୀ ନୃତ୍ୟ ଢୋଲ ନିଶାନ ଡାଲଖାଇ କାଶୀପୁର କଳାକାରଙ୍କ ଆଦିବାସୀ ଢେମସା ଗଜପତି କଳାକାରଙ୍କ ସୌରା ନୃତ୍ୟ, ଏଲ ପି ଏସ ଜେ କେ ପୁର କଳାକାରଙ୍କ ବିହୁ ନୃତ୍ୟ ସାଙ୍ଗ କୁ ମହିଳା ସଂସ୍କୃତି ପରିଷଦ ଦ୍ୱରା ପରିବେଷିତ ବିହୁ ନୃତ୍ୟ ଦର୍ଶକ ଙ୍କ ମନମୋହିଥିଲା | ତୃତୀୟ ଲିଂଗି ଶ୍ରେଣୀର କଳାକାର ମାନେ ସେମାନଙ୍କୁ ଜ଼ିଲ୍ଲାପାଳ ଏହି ମଞ୍ଚରେ ସେମାନଙ୍କ କଳା ସଂସ୍କୃତି ଦେଖାଇବା ପାଇଁ ସୁଯୋଗ ଦେଇଥିବାରୁ ଜ଼ିଲ୍ଲାପାଳଙ୍କୁ ବହୁ କୃତଜ୍ଞତା ଜଣାଇଥିଲେ ଓ ଜ଼ିଲ୍ଲାପାଳଙ୍କ ଉତ୍ତରୋତ୍ତର ଉନ୍ନତି ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ | ଏହି ତୃତୀୟ ଲିଂଗିମାନେ କହିଥିଲେ ଆମର ଏହି ମହିଳା ଜ଼ିଲପାଳଙ୍କ ଦ୍ୱାରା ଆମର ତୃତୀୟ ଲିଂଗିଙ୍କ ବହୁ ଉନ୍ନତି ହୋଇଛି |

ଆଜିର ଅନ୍ୟତମ ଅତିଥି ରୂପେ ପି ଏ ଆଇ ଟି ଡ଼ି ଏ ରାୟଗଡା ଟୁଟୁ ବାରିକ ଅତିରିକ୍ତ ଗୋଷ୍ଟି ଉନୟନ ଅଧିକାରୀ ରାୟଗଡା ନୃସିଂହ ପଟ୍ଟନାୟକ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ବିଶିଷ୍ଟ ସାହିତ୍ୟକ ସୁଶାନ୍ତନାୟକ ଚଇତିର ସଂଯୋଜକ ଡାକ୍ତର ଦୁଷ୍ମନ୍ତ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏ ବି ଡ଼ି ଓ ରାୟଗଡ଼ ନୃସିଂହ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଉଦଘୋଷକ ସଂତୋଷ କୁମାର ନାୟକ ଓ ଉଦ୍ଘୋସିକା ବେବିରାଣୀ ନନ୍ଦ, ବିଦିଶା ଶତପଥି ପରିଚାଳନା କରିଥିଲେ |

Comments are closed.