ନେହେରୁ ଯୁବ କେନ୍ଦ୍ର ପକ୍ଷରୁ “ସଂକଳ୍ପ ସେ ସିଦ୍ଧି” କାର୍ଯ୍ୟକ୍ରମ ଅନୁଷ୍ଠିତ

ବୈପାରୀଗୁଡା(ଏନ. ସନ୍ତୋଷ କୁମାର): କୋରାପୁଟ ନେହେରୁ ଯୁବ କେନ୍ଦ୍ର ଓ ବୈପାରୀଗୁଡା ଫ୍ରେଣ୍ଡ୍ସ ୟୁନିଟ କ୍ଲବ ପକ୍ଷରୁ ବ୍ଲକ ପରିସରରେ ଥିବା ମିଶନ ଶକ୍ତି ସଭାଗୃହରେ ଆଜି ସଂକଳ୍ପ ସେ ସିଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସ୍ଥାନୀୟ ତହସିଲଦାର ଜ୍ୟୋତିପ୍ରକାଶ ସେଠି ଉଦଘାଟନ କରିଥିଲେ | ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ପ୍ରସାଦ ମହାନ୍ତି ଯୋଗ ଦେଇଥିଲେ | ଶିକ୍ଷାର ଉନ୍ନତିକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ବିଦ୍ୟାଳୟ ପ୍ରତି ଯୁବ ପିଢ଼ିର ଭୂମିକାକୁ ସୁଚାଇବା ସହ ଆଜିର ଦିନରେ ଯୁବକ ଓ ଯୁବତୀଙ୍କ ସମାଜସେବା ଅତି ଆବଶ୍ୟକତା ରହିଛି ବୋଲି ଅତିଥିମାନେ ଉପସ୍ଥିତ ଯୁବକ ସଂଘ ସଦସ୍ୟଙ୍କୁ ବୁଝାଇଥିଲେ | ଏଥିରେ ସ୍ୱଚ୍ଛ ଭାରତ, ଦୁର୍ନୀତି ମୁକ୍ତ ଭାରତ ଓ ଲୋକ ସୂଚନା ଅଧିକାର ବିଷୟରେ ପ୍ରଶିକ୍ଷକ ମଧ୍ୟରୁ ଦିଲୀପ କୁମାର ରଥ, ଅଭିମନ୍ୟୁ ରଗଡି ଓ ମୁରଲୀ ବରାଦ ଯୋଗଦେଇ ବୁଝାଇଥିଲେ | କୋରାପୁଟ ନେହରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ପି. ସତୀଶ ଓ ଲୁସି ବେହେରା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଫ୍ରେଣ୍ଡ୍ସ ୟୁନିଟ କ୍ଲବର ସଭାପତି ମଧୁସୂଦନ ରାଉତ, ଭୀମସେନ ବିଷୋୟୀ, ରବି ନାୟକ, କେ. ଉମାଶଙ୍କର, ବାବୁ ମହାନ୍ତି, ଡି. ରାଜା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ |

Comments are closed.