Friday, March 29, 2024

Top 5 This Week

Related Posts

କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୯/୦୧) : ପୂର୍ବୋତ୍ତର ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଆଜି ଅପରାହ୍ନରେ ଭର୍ଚୁଆଲ ବୈଠକ କରି ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡ ର କରୋନା ସଂକ୍ରମଣ ସଂପର୍କରେ ପଚାରି ବୁଝିବେ ।

ଅପରାହ୍ନ ୩ଟାରେ ହେବାକୁ ଥିବା ଏହି ବୈଠକରେ ୫ ରାଜ୍ୟ ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ସାମିଲ ହେବେ । ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି । କେଉଁ ଅଞ୍ଚଳରେ ସଂକ୍ରମଣ ହାର କେତେ ରହିଛି । କରୋନା ଗାଇଡଲାଇନ୍ କଡା କଡି ପାଳନ କରାଯାଉଛି ନା ନାହିଁ , କରୋନା ସ୍ଥିତି କଣ ରହିଛି ତାହା ପଚାରି ବୁଝିବେ ।

ଏଥିସହ ସଂକ୍ରମଣକୁ ରୋକିବା ପାଇଁ ଆଉ କଣ ପଦକ୍ଷେପ ନେବା ଜରୁରୀ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଗତକାଲି ଦକ୍ଷିଣାଞ୍ଚଳ ର ରାଜ୍ୟ ର କରୋନା ସମୀକ୍ଷା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟେଷ୍ଟି-ଟ୍ରାକ- ଟ୍ରିଏଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ।

Popular Articles