Related Contents

ଓଡିଶା ନ୍ୟୁଜ୨୪ର ପ୍ରଭାବ-୪ବର୍ଷର ଶିଶୁର ପେଟରେ ଥିବା ଟ୍ୟୁମର ପ୍ରଥମ ଅସ୍ତ୍ରୋପଚାର ଶେଷ

ବୈପାରୀଗୁଡା (ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପେଂଦାପଡ଼ା ପଂଚାୟତର ଦଳମୁଣ୍ଡା ଗ୍ରାମର ଜାଇ ପୂଜାରୀଙ୍କ ଚାରି ବର୍ଷର ପୁଅ ଦୁର୍ୟୋଧନ ପୂଜାରୀର ପେଟରେ ଥିବା ଟ୍ୟୁମର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କଲିକତାର ରବୀନ୍ଦ୍ର ନାଥ ଟାଗୋର ମେଡିକାଲ କଲେଜରେ ଗତ ଡିସେମ୍ବର ୧୮ତାରିଖ ମଙ୍ଗଳବାର ଦିନ କରାଯାଇଛି |

ସୂଚନା ଥାଉକି ଗତ ଅକ୍ଟୋବର ମାସ ୧୩ତାରିଖ ଦିନ ଆମ ଗଣମାଧ୍ୟମରେ (ଓଡିଶା ନ୍ୟୁଜ୨୪) “ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ” ଶୀର୍ଷକ ପ୍ରଥମେ ପ୍ରକାଶ ପାଇଥିଲା | ପରେ ସ୍ବେଚ୍ଛାସେବୀ ଯୁବକ ମାନଙ୍କ ସହାୟତାରେ ପ୍ରଥମେ କୋରାପୁଟ ମେଡିକାଲ କଲେଜକୁ ଦୁର୍ୟୋଧନଙ୍କ ସହ ପରିବାରଙ୍କୁ ନିଆଯାଇଥିଲା | ସେଠାରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅକ୍ଟୋବର ୨୪ତାରିଖରେ କଟକ ଶିଶୁ ଭବନ ନିଆଯାଇଥିଲା | ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନଭେମ୍ବର ୧୩ତାରିଖଦିନ କଲିକତାର ରବୀନ୍ଦ୍ର ନାଥ ଟାଗୋର ମେଡିକାଲ କଲେଜ କୁ ନିଆଯାଇଥିଲା | ଶେଷରେ ଏକ ମାସ ପରେ ଗତ ଡିସେମ୍ବର ୧୮ତାରିଖ ଦିନ ଦୁର୍ୟୋଧନ ଙ୍କ ପେଟରେ ଥିବା ଟ୍ୟୁମର ଅସ୍ତ୍ରୋପଚାର ହୋଇପାରିଛି | ଏବେ ୪ବର୍ଷର ଶିଶୁର ବାପା ଜାଇ ପୂଜାରୀ ଓ ମା ଯମୁନା ପୂଜାରୀ ଆମ ଗଣମାଧ୍ୟମ ଦ୍ୱାରା ସମସ୍ତ ସାହାଯ୍ୟକାରୀଙ୍କୁ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସେ ପ୍ରଥମେ ଆମ ଚ୍ୟାନେଲ ଆଣିଥିବା ତାଙ୍କ ବିଷୟକୁ ସରକାରଙ୍କ ପାଖରେ ପହଞ୍ଚାଇପାରିଥିବାରୁ ଆମ ଗଣମାଧ୍ୟମ ଟିମକୁ ଧନ୍ୟବାଦ ଜଣାଇଛନ୍ତି | ଶିଶୁର ଟ୍ୟୁମର ଅସ୍ତ୍ରୋପଚାର ସଫଳତାକୁ ନେଇ ଗ୍ରାମବାସୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି | ବୈପାରୀଗୁଡା ର ସରପଞ୍ଚ ଭାଗିରଥି ମୁରଜିଆ, ପୂଜାରୀ ଗୁଡ଼ାର ଲଳିତ ପୂଜାରୀ, ଜୋନ୧ ବିଜେପି ସଭାପତି ଏନ ହରିପ୍ରସାଦ, ଗ୍ରାମର ଫ୍ରେଣ୍ଡ୍ସ ୟୁନିଟ କ୍ଲବ, ସ୍ପ୍ରେଦ ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୈପାରୀଗୁଡା ଦୋକାନୀ ସଂଘ ଆର୍ଥିକ ସାହାଯ୍ୟ କରିଥବା ବେଳେ ସୋମନାଥ ନାୟକ ଓ ଜାଇ ମିନର ବାଲିଆ କଲିକତା ଠାରୁ ଘରକୁ ଫେରିବା ପର୍ଯ୍ୟନ୍ତ ସାଥିରେ ରହି ସାହାଯ୍ୟ କରିଥିଲେ | ଆଗାମୀ କିଛି ଦିନ ପରେ ଦୁର୍ୟୋଧନର ଶେଷ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ ବୋଲି ଶିଶୁର ବାପା ଜାଇ ପୂଜାରୀ ପ୍ରକାଶ କରିଛନ୍ତି |

Comments are closed.