ରେଲୱେ ବୋର୍ଡ ପରୀକ୍ଷା ରେ ଅନିୟମିତତାକୁ ନେଇ ବିହାରରେ ବଢିବାରେ ଲାଗିଛି ଅସନ୍ତୋଷ

0
170
ରେଲୱେ ବୋର୍ଡ ପରୀକ୍ଷା

ରିପୋର୍ଟ : ସୁଭାସିସ ନାୟକ
ବିହାର, (୨୯/୦୧) : ରେଲୱେ ବୋର୍ଡ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଆଶାୟୀ ପ୍ରାର୍ଥୀ ବିହାର ବନ୍ଦ ଡାକରା ଦେଇଛନ୍ତି । ରାଜଧାନୀ ପାଟନା ସମେତ ବୌଶାଲି, ସମସ୍ତିପୁର, ମୁଜଫରପୁର, ଦରଭଙ୍ଗା ଓ ଔରାଙ୍ଗବାଦ ରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ ।

ରେଲୱେ ବୋର୍ଡ ପରୀକ୍ଷା ରେ ଅନିୟମିତତାକୁ ନେଇ ରେଳ ବିଭାଗ କେବଳ ଏକ ତଦନ୍ତ କମିଟି ଗଠନ କରି ଦୋଷ ତୁଟାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ସେପଟେ ଘଟଣାକୁ ରାଜନୀତିକରଣ କରିବାରେ ଲାଗିଛନ୍ତି ରାଜନୈତିକ ଦଳ । ମଉକାର ଫାଏଦା ଉଠାଇ ଅସନ୍ତୋଷ ପରୀକ୍ଷାର୍ଥୀଙ୍କୁ ସମର୍ଥନ ଜଣାଇ ଏନଟିପିସିକୁ ବିରୋଧ କରିଛନ୍ତି ଆରଜେଡି, କଂଗ୍ରେସ, ଜେଏପି ଭଳି ୬ ଟି ରାଜନୈତିକ ଦଳ ।

ଉଗ୍ରରୁପ ନେବାରେ ଲାଗିଛି ଅସନ୍ତୋଷ ରେଲୱେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ । ରାଜନୈତିକ ଦଳ ର କର୍ମକର୍ତ୍ତାମାନେ ପରୀକ୍ଷାର୍ଥୀଙ୍କ ସହ ମିଶି ରାଜରାସ୍ତା କୁ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିବା ଜନ ଅଧିକାର ପାର୍ଟି ର କର୍ମକର୍ତ୍ତା ମାନେ ଜୋର ଜବରଦସ୍ତ ଦୋକାନ, ବଜାର ମଧ୍ୟ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ସେପଟେ ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୁଲିସ ମଧ୍ୟ ପ୍ରୟାସ ଜାରି ରଖିଛି । ସେପଟେ ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଚାରିଆଡୁ ଘେରିଛନ୍ତି ବିରୋଧୀ । ଅନ୍ୟପଟେ ବିହାର ବନ୍ଦ ଯୋଗୁଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ରେଲୱେ ପରୀକ୍ଷାରେ ଅନିୟମିତତା ପାଇଁ ବିବାହର ଗତ ୪ ଦିନ ଧରି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ବୁଧବାର ଘଟଣାକୁ ନେଇ ଉତ୍ୟକ୍ତ ଛାତ୍ର ଟ୍ରେନ୍ ବଗିରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୋଲିସ ଓ ପରୀକ୍ଷାର୍ଥୀ ମୁହାଁମୁହିଁ ହୋଇଥିଲେ । ସେପଟେ ପିଲାଙ୍କୁ ଆନ୍ଦୋଳନ ପାଇଁ ଉସକାଇଥିବାରୁ ବିବାହ ର ଲୋକପ୍ରିୟ ଖାନ୍ ସାର ସମେତ ୬ ଜଣ କୋଚିଂ ଟ୍ୟୁଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାତ୍ର ଖାନ୍ ସାର କହିଛନ୍ତି ସେ ପିଲାଙ୍କୁ ଆନ୍ଦୋଳନ ନ କରିବା ପାଇଁ ଭିଡିଓ ମେସେଜ୍ ରେ ଅପିଲ କରିଥିଲେ । ଖାନ୍ ସାର ସମେତ ଅନ୍ୟାନ୍ୟ କୋଚିଂ ଟ୍ୟୁଟରମାନେ ଅପିଲ କରିବା ପରେ କିଛି ଛାତ୍ର ମଧ୍ୟ ଅନ୍ଦୋଳନରୁ ଓହରିଛନ୍ତି ।