ପୁଷ୍ପା ହେଉ କି ପୁଷ୍ପରାଜ ! ବିନା ହେଲମେଟ୍‌ ଚାଲାଣ ସମସ୍ତଙ୍କର କଟିବ

0
178
ପୁଷ୍ପା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୯/୦୧) : ବର୍ତ୍ତମାନ ସାଉଥ୍‌ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ପୁଷ୍ପା କୁ ନେଇ ସବୁଠି କ୍ରେଜ୍‌ । ଦେଶ ହେଉ କି ବିଦେଶ ସବୁଠି ଏହି ଫିଲ୍ମ ର ବିଭିନ୍ନ ମେମ୍ସ ଦେଖିବାକୁ ମିଳୁଛି । କିଏ ‘ପୁଷ୍ପା’ ଗେଟ୍‌ଅପ୍‌ରେ ଆସୁଛି ତ ଆଉ କିଏ ଗୀତରେ ଝୁମୁଛି । କହିବାକୁ ଗଲେ ‘ପୁଷ୍ପା’ କୁ ନେଇ ପାଗଳ ହୋଇଛି ସାରା ଦୁନିଆ ।

ଏପରି ସ୍ଥିତିରେ ଏହି ଫିଲ୍ମ କୁ ନେଇ ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଏକ ଉପଦେଶମୂଳକ ଟ୍ୱିଟ୍‌ କରିଛି । ଏସ୍‌ଟିଏ ପକ୍ଷରୁ ହୋଇଥିବା ଟ୍ୱିଟ୍‌ରେ ବାଇକ ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି । ହେଲମେଟ୍‌ ନ ପିନ୍ଧିଲେ କାହାରିକୁ ଚଢ଼ାଯିବନି, ଫାଇନ୍‌ କଟାଯିବ । ହେଲମେଟ୍‌ ନ ପିନ୍ଧି ଆପଣ ନିଜ ଜୀବନକୁ ବିପଦରେ ପକାଉଛନ୍ତି । STA ନିଜର ଟୁଇଟ କୁ ଏକ ସୁନ୍ଦର ଶଦ୍ଦଛନ୍ଦରେ ପ୍ରକାଶ କରିଛି । ଟ୍ୱିଟ୍‌ରେ ଲେଖାଯାଇଛି- ପୁଷ୍ପା ହେଉ କି ପୁଷ୍ପରାଜ ! ବିନା ହେଲମେଟ ଚାଲାଣ ସମସ୍ତଙ୍କର କଟିବ” ।

ସୂଚନାରୁ ପ୍ରକାଶ, ଦ୍ରୁତ ଗାଡ଼ି ଚଳାନ୍ତୁ ନାହିଁ, ଗାଡ଼ ଚଳାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧନ୍ତୁ । ପରିବହନ ବିଭାଗ ଏପରି ସଚେତନାତ୍ମକ ବାର୍ତ୍ତା ନିୟମିତ ଦେଇ ଆସୁଛି । ହେଲେ ବେପରୁଆମାନେ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି । ସବୁ ନିୟମ କୁ ଜଳାଞ୍ଜଳୀ ଦେଇ ଦ୍ରୁତ ଗତିରେ ଗାଡ଼ ଚଳାଉଛନ୍ତି । ଆଉ ଗାଡ଼ି ଚଲାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ଦୁର୍ଘଟଣା ର ଶିକାର ହୋଇ ନିଜେ ମୃତ୍ୟୁ ମୁଖରେ ପଡ଼ିବା ସହିତ ଅନ୍ୟକୁ ସାଥୀରେ ନେଇଯାଉଛନ୍ତି ।