Related Contents

ରାୟଗଡା ଯୁବ କଳାକାର ପି ଡ଼ି ସି ଗ୍ରୁପଙ୍କ ନୃତ୍ୟ ସାଙ୍ଗକୁ ଭାଙ୍ଗଡା ଦାଣ୍ଡିଆ ଦର୍ଶକଙ୍କ ମନମୋହିଲା-ଚଇତି ୨୦୧୮

ରାୟଗଡା (ଅମୁଲ୍ୟ ନିଶଙ୍କ/ଗୋପୀନାଥ ଗୌଡ଼): ଚଇତି ତୃତୀୟ ରଜନୀର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ ଯୋଗ ଦେଇ ଏ ମାଟିର ପାଣି ପବନର ପ୍ରତ୍ୟକଟି ଛବିରେ ଆଦିବାସୀ କଳା ସଂସ୍କୃତି ଝଲସି ଉଠୁଛି ବୋଲି କହିଥିଲେ |

ଆଉ ମଧ୍ୟ କହିଥିଲେ କି ଏହା ହେଉଛି ଆଦିବାସୀଙ୍କ ହାତ ତିଆରି ସାମଗ୍ରୀ କଳା କୃତି, ଚିତ୍ର କଳାର ମହାନ ପରମ୍ପରାକୁ ପ୍ରତିପାଦନ କରିବା ସହିତ ଆଦିବାସୀ କଳା ସଂସ୍କୃତି ଜୀବନ ଜୀବିକାର ଗାଥା ଗାଉଛି ଚଇତି | ଯାହା କି ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ନ ରହି ବରଂ ଚଇତି ମୋହତ୍ସବ ଦ୍ୱାରା ସାରା ରାଜ୍ୟ ଓ ଜାତୀୟ ସ୍ତରରେ ପହଁଚି ପାରିଛି, ଏହି ମଞ୍ଚ ଆଦିବାସୀଙ୍କ ସଂସ୍କୃତି ଗାଥା ଗାଉଥିବା ବେଳେ ଏହାକୁ ସୁରକ୍ଷା ଦେବା ଆମ ମାନଙ୍କର କର୍ତବ୍ୟ ଓ ନିହାତି ଜରୁରୀ ବୋଲି ଶ୍ରୀ ଋତୁରାଜ କହିଥିଲେ | ଜ଼ିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ତଥା ଜ଼ିଲ୍ଲାପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ |

ଏହି ମହୋତ୍ସବରେ ସମ୍ମାନିତ ଅତିଥି ରୂପେ ଗୁଣୁପୁର ପି ଏ ଆଇ ଟି ଡ଼ି ଏ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ରାୟଗଡା ପି ଏ ଆଇ ଟି ଡ଼ି ଏ ଶ୍ରୀ ଟୁଟୁ ବାରିକ, ପଦ୍ମପୁର ପଂଚାୟତ ସମିତି ଅଧ୍ୟକ୍ଷ ରମାକାନ୍ତ ମାଝୀ, ଗୁଣୁପୁର ପଂଚାୟତ ସମିତି ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ରାମନାଗୁଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ରଜନୀ ମଂଡଙ୍ଗି ନିଜ ନିଜର ମତ ରଖିଥିଲେ | ରାୟଗଡା ବିଶିଷ୍ଟ ସାହିତ୍ୟକ ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ରଖିଥିଲେ | ଜ଼ିଲ୍ଲା ସାଂସ୍କୃତିକ ପରିଷଦ ସଂଯୋଜକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ମୁନିସିପାଲ ପୂର୍ବତନ ଚେୟାରମେନ ଭି ଗୌରୀ ଜୟନ୍ତୀ, ବିଜେଡି ସଭାନେତ୍ରୀ ରାୟଗଡା ଜ଼ିଲ୍ଲା ଅନୁଶୁୟା ମାଝୀ, ଜ଼ିଲ୍ଲା ପରିଷଦ ସଭ୍ୟା ଅମ୍ବିକା ବିଡ଼ିକା ଯୋଗଦେଇଥିଲେ | ପ୍ରତ୍ୟେକ ଦିନ ପରି ଆଜାଦ ହିନ୍ଦ ଫୌଜର କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ ପରେ ଉଦଘୋଷକ ଶ୍ରୀ ସୁଶାନ୍ତ ପାଢ଼ୀ ଓ ଉଦ୍ଘୋସିକା ମିନାକ୍ଷୀ ଧୀର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ | ତୃତୀୟ ରାଜନୀରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ ନିମନ୍ତେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ |

ଅତୀଶ ମିଶ୍ର ଓ ତାଙ୍କ ସାଥୀଙ୍କ ଦ୍ୱାରା ପରିଚାଳତା ଓଡିଶୀ ନୃତ୍ୟ, କୋଲଣର ଜ୍ଞାନବର୍ଦ୍ଧନୀ କଳାକାରଙ୍କ ଦେଶଭକ୍ତି ନୃତ୍ୟ ନୁପୁର କୋଲକତାର ବଙ୍ଗାଳି ନୃତ୍ୟ, ଜେ କେ କାଗଜକଳଳ ମହିଳା ଙ୍କ ଦାଣ୍ଡିଆ ନୃତ୍ୟ ସି ଆର ଏଫ ଯବାନ ଙ୍କଭାଙ୍ଗଡା ନୃତ୍ୟ ସାଙ୍ଗ କୁ ସ୍ଥାନୀୟ ରାୟଗଡା ପି ଡ଼ି ସି ଗ୍ରୁପର କଳାକାର ଙ୍କ ଚଇତି ଥିମ ଉପରେ ଆଧାରିତ ଢେମସା ନୃତ୍ୟ ଦର୍ଶକଙ୍କୁ ବହୁ ମନମୁଗ୍ଧ କରିଥିଲା |

Comments are closed.