Friday, March 29, 2024

Top 5 This Week

Related Posts

ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ କୁ ମିଳିଲା ICMRର ଅନୁମୋଦନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୯/୦୧) : ଓଡ଼ିଶା ପ୍ରଥମ ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ କୁ ମିଳିଲା ICMR ର ଅନୁମୋଦନ । ଏହି ଟେଷ୍ଟିଂ କିଟ୍‌ ର ବିକାଶ କରିଛି ଭୁବନେଶ୍ୱର ଭିତ୍ତିକ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ । ଏଥିଲାଗି ସବୁ ପ୍ରକାର ଇଣ୍ଟେଲେକଚୁଆଲ୍‌ ସହାୟତା ଯୋଗାଇଛି ଆରଏମ୍ଆର୍‌ସି ଭୁବନେଶ୍ୱର ।

ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ (IMCOV-AG) ବିକାଶ ଲାଗି ଖର୍ଚ୍ଚ ହୋଇଛି ଏକ କୋଟି ଟଙ୍କା । ୨୦୨୦ ଜୁନ୍‌ ପରଠାରୁ ଏହା ଉପରେ ଗବେଷଣା ଚାଲିଥିଲା । ଏହି କିଟ୍‌ ଦୁଇ ମାସ ମଧ୍ୟରେ ବଜାରକୁ ଆସିବ । ଏ ନେଇ ସୂଚନା ଦେଇଛନ୍ତି ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସୁଜୟ ସିଂହ ।

ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, “ଯେ କୌଣସି କୋଭିଡ୍‌-୧୯ କିଟ୍‌ (ରାପିଡ୍‌ ଆଣ୍ଟିଜେନ୍‌ ବା ଆଣ୍ଟିବଡ଼ି ବା ଆର୍‌ଟିପିସିଆର କିଟ୍‌) ର ଆଇସିଏମ୍‌ଆର୍‌ ଅନୁମୋଦନ ମିଳିବା ପରେ ଜନସାଧାରଣଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ତେବେ IMCOV-AG କିଟ୍‌ କୁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ଓ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

ଆମେ ପ୍ରଥମେ କିଟ୍‌ରେ ଇନ୍‌ହାଇସ୍‌ ଟେଷ୍ଟିଂ କରିଥିଲୁ । ସେଥିରେ ରେଜଲ୍‌ଟ ଭଲ୍‌ ଆସିଥିଲା । ଏହା ପରେ ICMR ଠାରୁ ଆପ୍ରୋଭାଲ ପାଇବା ପାଇଁ ଆବେଦନ କରିଥିଲୁ । ICMR ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ଏହି କିଟ୍‌ କୁ ଆପ୍ରୋଭ୍‌ କରିଛନ୍ତି ।”

Popular Articles