Related Contents

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା(ବିଭୁତି ଲହରିଆ): ବାଲିଗୁଡା ସହରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତିରିଶି ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି |

ମୁଖ୍ୟ ଅତିଥି ଭାରତମାତାଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ | ସମ୍ପାଦକ ପ୍ରଭାକର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ | ବାଲିଗୁଡା ଏନଏସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ | ମାଲକାନଗିରି ମହାବିଦ୍ୟାଳୟର ପ୍ରାକ୍ତନ ପ୍ରିନସିପାଲ ମଧୁ ସୂଦନ ମହାପାତ୍ର ଯୋଗ ଦେଇ ଭାରତୀୟ ସଂସ୍କୃତି ପରମ୍ପରାରେ ଶିକ୍ଷାଦାନ ଆଗାମୀ ପିଢ଼ି ପାଇଁ ଶିଶୁ ବିଦ୍ୟା ମନ୍ଦିର ଆଦର୍ଶ ଅନୁଷ୍ଠାନ ଭାବେ ଯଶ ଲାଭ କରିବ ବୋଲି ମତ ପ୍ରକାଶ କରିଥିଲେ | ଅନ୍ୟତମ ଅତିଥି ରୂପେ ରାମ କୃଷ୍ଣ ଦାଶ, ରବୀନ କୁମାର ମିଶ୍ର, ମଞ୍ଚାସିନ ଥିଲେ | ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ କୁମାର ଡାକୁଆ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |

ବିଭିନ୍ନ କ୍ଷେତ୍ରରେ କୃତି ଲାଭ କରିଥିବା ଛାତ୍ର ଛାତ୍ରୀକୁ ଅତିଥି ଗଣ ପୁରସ୍କୃତ କରି ଥିଲେ | ଶେଷରେ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଗୁରୁଜୀ ବିଶ୍ୱନାଥ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ |

Comments are closed.