ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି ମ.ରାମପୁର(ଡିଙ୍ଗର କିଶୋର ସାହୁ): ଆଜି ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ କଳାହାଣ୍ଡି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମେ ତୁଣ୍ଡଳା ସରକାରୀ ହାଇସ୍କୁଲରେ ପହଞ୍ଚିଥିଲେ |

ପରେ ତୁଣ୍ଡଳା ଗାଁକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବା ପରେ ରାମକୃଷ୍ଣ ଆଶ୍ରମ ମୋଟୋଗଣ୍ଡା ଯାଇ ଏକ ସଭାରେ ଯୋଗ ଦେଇଥିଲେ । ସେଠାରେ ଶ୍ରୀଯୁକ୍ତ ଲାଲ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଦୃଷ୍ଟି ଦେବା ସହ ରାମକୃଷ୍ଣ ପରମହଂସ ଓ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ଉପଦେଶ ଦେଇଥିଲେ ।

ପରେ ରାମକୃଷ୍ଣ ଆଶ୍ରମ ସ୍ଥିତ ବୃଦ୍ଧମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ପରେ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଦୃଢ଼ ଆତ୍ମ ବିଶ୍ୱାସ ଥିଲେ ଅସାଧ୍ୟ ସାଧନ କରିହୁଏ । ତତ୍ପରେ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଲୟକୁ ଯାଇଥିଲେ ।

Comments are closed.