Advertisements
Monday, July 13, 2020
Home District News ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା- ଦକ୍ଷତା ବିକାଶ ପରାମର୍ଶ ଶିବିର, ବରଗଡ଼

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା- ଦକ୍ଷତା ବିକାଶ ପରାମର୍ଶ ଶିବିର, ବରଗଡ଼

ବରଗଡ଼ (ମୁକୁନ୍ଦ ଦାସ): ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆଠାରେ ଓର୍ମାସ ଓ ଜିଲ୍ଲା ନିଯୁକ୍ତି ମିଶନ ଅନୁକୁଲ୍ୟରେ ଏକ ଦିବସୀୟ ନିଯୁକ୍ତି ମେଳା ଓ ଦକ୍ଷତା ବିକାଶ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଅଛି |

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଦକ୍ଷତା ବିକାଶ ବିଷୟରେ ଯୁବକ ଯୁବତୀମାନଙ୍କୁ ବୁଝାଇଥିଲେ | ଏହା ସହିତ ବରଗଡ଼ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କୃତିବାସ ରାଉତ, ଓର୍ମାସ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଗୋପାଳ ବାଗ, ଜିଲ୍ଲା ନିୟୋଜନ ଅଧିକାରୀ ସଙ୍ଗୀତା କୁମାରୀ ମେହେର ଯୋଗ ଦେଇ ସରକାର ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କୁ କିପରି ବିଭିନ୍ନ ପ୍ରକାର ଦକ୍ଷତା ଭିତ୍ତିକ ତାଲିମ ଦେଇ ଚାକିରୀ କରିବାର ସୁଯୋଗ ଅଛି ତାହା ଅବଗତ କରାଇଥିଲେ | ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ୧୨ଗୋଟି ବ୍ଲକ୍ରୁ ୧୩୩୭ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରାଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ୩୪ଗୋଟି ତାଲିମ ଓ କର୍ମନିଯୁକ୍ତି ପ୍ରଦାନ କରି ସଂସ୍ଥା ଯୋଗଦାନ କରି ନିଜ ନିଜର ସଂସ୍ଥା ବିଷୟରେ ଯୁବକଯୁବତୀ ମାନଙ୍କୁ ଅବଗତ କରାଇଥିଲେ |

ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାର ଓ ଭାରତ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଟେ | ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ପାଞ୍ଚ ଜଣ ରୋଲ ମୋଡେଲ କିପରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରାପ୍ତ ହୋଇ ନିଜ ଜୀବନରେ ସଫଳତା ଅର୍ଜନ କରିପାରିଛନ୍ତି ତାହା ସେଠାରେ ଉପସ୍ଥିତ ଥିବା ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କୁ ଅବଗତ କରାଇଥିଲେ | ଶେଷରେ ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ଶ୍ରୀ ବଦ୍ରୀନାରୟଣ ମିଶରହ, ଗଜରାଜ ନାଏକ, ଶଶୀଭୁଷଣ ମଝି, ଦେବାଶିଷ ସ୍ୱାଇଁ, ପଞ୍ଚାନନ ପଧାନ, ସଞ୍ଜୟ କୁମାର ପଧାନ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: