Related Contents

ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତୀଲେ ପରିବାର

ଜୟପୁର (ସୌମ୍ୟରଂଜନ ସାହୁ): ଆଜି ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମ ପାଖରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତୀଲେ ପରିବାର |

ଗୁଣୁପୁର ସ୍ଥିତ ଅଜିତ ଲିମା ଏବଂ ତାଙ୍କ ସ୍ତ୍ରୀ କୋରାପୁଟ ବିବାହ କରିଥିବା ଝିଅ ନାତି, ନାତୁଣୀଙ୍କୁ ନେଇ ନିଜ ଗାଡିରେ ଝିଅର ପିଲା ଛୁଆଙ୍କୁ ନେଇ ଗୁଣୁପୁର ବାପ ଘରକୁ ବଡ଼ ଦିନ ପାଳନ କରିବା ନିମନ୍ତେ ଯାଇ ଫେରୁଥିବା ସମୟରେ ବୁର୍ଜା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ବିଜୁଳି ଖୁଣ୍ଟ ଧକ୍କା ଦେଇଥିଲା | ଫଳରେ ରାସ୍ତା କଡ଼କୁ ଲେଉଟି ପଡ଼ିବାରୁ ଅଜିତ ଲିମାଙ୍କ ଝିଅ ସସ୍ମିତା ଲିମାଙ୍କୁ ମୁଣ୍ଡରେ ଜୋରରେ ଆଘାତ ଥିଲା | ନିକଟରେ ଥିବା ବୁର୍ଜା ଗ୍ରାମର କିଛି ମହିଳା ସେଠାରେ ପହଞ୍ଚି ସସ୍ମିତା ଲିମାଙ୍କୁ ଗାଡ଼ିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଏକ ବୋଲେରୋ ଗାଡ଼ିରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ସେହି ଗାଡ଼ିରେ ବସିଥିବା ତାଙ୍କ ପରିବାର ଅଳ୍ପକେ ବର୍ତି ଯାଇଛନ୍ତି | ସୂଚନାରୁ ଜଣାପଡିଛିକି ଗୁଣୁପୁର ଠାରୁ କୋରାପୁଟ ଅଭିମୁଖେ ଏକ କାର୍ ନଂ OD.10 G- 1737 ଜାଉଥିବା ବେଳେ ବୁର୍ଜା ଗ୍ରାମ ପାଖ ଆଶ୍ରମ ବିଦ୍ୟାଳୟ ନିକଟରେ ଜାତିୟ ରାଜପଥ ଉପରେ ଭାରସାମ୍ୟ ହରାଇ ଏକ ୧୧କେଭି ବିଜୁଳି ଖୁଣ୍ଟକୁ ଧକ୍କା ଦେଇଥିଲା |

ଫଳରେ ବିଜୁଳିଖୁଣ୍ଟ ସମ୍ପୁର୍ଣ ଭାଙ୍ଗି ଜାଇଥିବା ବେଳେ ଭଙ୍ଗା ପୋଲ ଉପରେ ଗାଡି ଅଟକି ରହିଜାଇଥିଲା | ବୁର୍ଜା ଗ୍ରାମର ଲୋକେ ଗାଡିଭିତରେ ବସିଥି ଗୋଟିଏ ପରିବାରର ୪ଜଣକୁ ଉଦ୍ଧାର କରିଥିଲେ | ହେଲେ ଉକ୍ତ ପରିବାରର ଜଣେ ବାପ ଝିଅ ସମେତ ଦୁଇଟି ଛୁଆ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ଖବର ଲେଖାହେବା ପର୍ଯ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ବିଜୁଳି ତାର ଝୁଲି ରହିଥିଲେ ସୁଦ୍ଧା ବିଜୁଳି ବିଭାଗର କୈାଣସି କର୍ମଚାରୀ ସେଠାରେ ପହଞ୍ଚି ନଥିବାରୁ କୋରାପୁଟ ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ଗାଡ଼ି ଚଳାଚଳ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇ ଥିବାରୁ ଲକ୍ଷ୍ମୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଜୁଳି ଖୁଣ୍ଟରେ ବିପଦ ସଂକୁଳରେ ଝୁଲୁଥିବା ତାରଟିକୁ ବିଦ୍ୟୁତ ବିଭାଗ ଦ୍ଵାରା ବାହାର କରାଇଥିବାରୁ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

Comments are closed.