Related Contents

ଆସିଲା ଆଜ୍ଞାମାଳ ଶୁଭାରମ୍ଭ ହେଲା ଚଇତି ୨୦୧୮- ଓଡିଶୀ,ଆଦିବାସୀ ନୃତ୍ୟ ଘୁମୁରା ଢେମସାରେ ଦୂଲକିଲା ଚଇତି ମଞ୍ଚ

ରାୟଗଡା (ଅମୁଲ୍ୟ ନିସଙ୍କ / ଗୋପୀନାଥ ଗୌଡ଼): ଲୋକ ମହୋତ୍ସବ ଚଇତି ନିମନ୍ତେ ଆନୁଷ୍ଠାନିକ ଭାବେ ମା ମାଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ ପୂଜାର୍ଚନା ପରେ ଜ଼ିଲ୍ଲାପାଲ ଗୁହା ପୂନମ ତାପସ କୁମାର ଓ ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ଆଜ୍ଞାମାଳ ସହ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜଗନାଥ ମନ୍ଦିର ନିକଟରେ ପହଂଚିଥିଲେ |

ପାରମ୍ପରିକ ବାଦ୍ୟ ବାଜଣା ପଦ୍ମପୁରର ଘୁମୁରା, ପୁଟିଆସିଂର ଲାଂଜିଆସଉରା, କାଶୀପୁରର ଢେମସା, ନିୟମଗିରି ଡଙ୍ଗରିଆ କନ୍ଧ ନୃତ୍ୟ, ପାରଳାଖେମୁଣ୍ଡିର ପାଇକ ଅଖାଡା, କୀର୍ତନ ମଣ୍ଡଳୀ, ଆଦିବାସୀ ନୃତ୍ୟ, ତ୍ରୁତୀୟ ଲିଂଗିଙ୍କ ନୃତ୍ୟ, ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତବିଶେଷ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ | ଜଗନ୍ନାଥ ମନ୍ଦିରରେ ଜ଼ିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଓ ଝୁନା ପଣ୍ଡା ସ୍ୱାଗତ କରିଥିଲେ |

ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚନା କରି ଉତ୍ସବର ସଫଳ କାମନା କରି ଚତୁର୍ଧା ମୂର୍ତିଙ୍କୁ ଏକ ସୁଶୋଭିତ ରଥରେ ଅବସ୍ଥାନ କରି ଅଣାଯାଇଥିଲା | ଏହା ପରେ ବାଦ୍ୟ ବାଜା ସହ ବିରାଟ ଆତସ ବାଜି ପଟୁଆରରେ ଆଜ୍ଞାମାଳ ଓ ରଥ ସ୍ଥାନୀୟ ହାଇସ୍କୁଲ ପଡିଆରେ ପହଞ୍ଚିଥିଲା | ସେହିଠାରେ ଆଜ୍ଞାମାଳ ମଶାଲ ଓ ଚତୁର୍ଧା ମୂର୍ତିଙ୍କୁ ମଂଚରେ ଅବସ୍ଥାପିତ କରି ବିଶିଷ୍ଟ ପୂଜାପଣ୍ଡା ଅନନ୍ତ ରଥ ପୂଜାର୍ଚ୍ଚନା କରିଥିଲେ | ଏହି ଶୋଭାଯାତ୍ରାରେ ହଜାର ହଜାର ଜନସାଧାରଣ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ଲୋକ ଛାତ୍ରଛାତ୍ରୀ ମହିଳା ସରକାରୀ କର୍ମଚାରୀ ସାମିଲ ଥିଲେ | ଗୁଣୁପୁର ପି ଏ ଆଇ ଟି ଡି ଏ ଗୋରଚନ ଗମାଙ୍ଗ, ରାୟଗଡା ପି ଏ ଆଇ ଟି ଡ଼ଏ ଟୁଟୁ ବାରିକ, କେନ୍ଦ୍ର ସୁରକ୍ଷା ୪ର୍ଥ ବାଟାଲିୟନ ଏସ କେ ପଣ୍ଡା, ସୁଭ୍ରଜଟି ମହାନ୍ତି, ଉପ ଜ଼ିଲ୍ଲାପାଳ ରାୟଗଡା ପ୍ରବୀର ନାୟକ, ଦୁଷ୍ମନ୍ତ ମହାନ୍ତି ରୀତା ରାଣୀ ମିଶ୍ର ସମସ୍ତ ସାମ୍ବାଦିକ ଭାଇମାନେ ଉପସ୍ଥିତ ଥିଲେ |

ଏହି ଚଇତି ଉତ୍ସବର ମୁଖ୍ୟ ଅତିଥିରୂପେ ରାଜ୍ୟସଭା ସାଂସଦ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ | ଜ଼ିଲ୍ଲା ସଂସ୍କୃତି ବିଭାଗର ଅଧ୍ୟକ୍ଷା ତଥା ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସୌମ୍ୟ ରଞ୍ଜନ କହିଥିଲେ ଯେ ରାଜନୈତିକ ଲୋକଙ୍କୁ ଏକ ଜାଗାରେ ଏକତ୍ରିତ ହେବାର ସୁଯୋଗ ମିଳେନାହିଁ କିନ୍ତୁ ସାଂସ୍କୃତିକ ମଞ୍ଚରେ ସେହି ସୁଯୋଗ ମିଳେ ଯାହାକି ଓଡିଶାର ବିକାଶ କ୍ଷେତ୍ରରେ ସହାୟକ ହେବ ଓଡିଶାକୁ ସମୃଦ୍ଧି କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ | ଶ୍ରୀ ପଟ୍ଟନାୟକ ଆହୁରି କହିଲେଯେ ଆମର ଅତୀତ ଯେତିକି ଗୌରବମୟ ନିକଟ ଅତୀତ ସେତିକି ଅବକ୍ଷେୟମୁଖୀ ଯେଉଁମାନେ ଓଡିଶାକୁ ପଛୁଆ ଓ ଦାରିଦ୍ର୍ୟ ରାଜ୍ୟ ଭାବେ ଜାଣନ୍ତି ସେମାନେ ଏହି ରାଜ୍ୟର ସଂସ୍କୃତିକୁ ଭଲ ଭାବେ ଜାଣିବା ଆବଶ୍ୟକ, ଏହି ଚଇତି ଯେଉଁ ଉନ୍ମାଦନା ସୃଷ୍ଟି କରିଛି ଏଥିରୁ ଉପକୂଳ ବାସି ଏଭଳି ମହୋତ୍ସବ ଆୟୋଜନ ବାର୍ତା ଦେଉଛି |

ଆଦିବାସୀଙ୍କ କଳାସଂସ୍କୃତିକୁ ବଜାଇ ରଖିବା ସୁରକ୍ଷା ଦେବା ଆମ ସମସ୍ତଙ୍କୁ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ରହିଛି | ଆଦିବାସୀଙ୍କ କଲା ସଂସ୍କୃତି ପୂଜା ଅର୍ଚନା ଏକ ନ୍ୟାରା ବୋଲି ଶ୍ରୀ ପଟ୍ଟନୟକ କହିଥିଲେ ଚଇତି ମହୋତ୍ସବର ମୁଖ୍ୟ ସଂଯୋଜକ ଡାକ୍ତର ଦୁଷ୍ମନ୍ତ ମହାନ୍ତି ବିବରଣୀ ପାଠ କରିଥିଲେ | ଆଦିବାସୀଙ୍କ ସଂସ୍କୃତି କଳା ବିଷୟରେ ବର୍ଣ୍ଣନା କରିଥିଲେ | ନିରୀହ ଆଦିବାସୀ ସେମାନଙ୍କ ସଂସ୍କୃତିକୁ ନେଇ ବହୁ ସ୍ୱାଭିମାନୀ ଓ ସମସ୍ତଙ୍କୁ ନିଜର ଆପଣାର ଭାବନ୍ତି | ସେମାନେ ନିଷ୍କପଟ ସେମାନଙ୍କ ମନରେ କିଛି ଭେଦ ଭାବ ନଥାଏ | ଏହି ଆଦିବାସୀଙ୍କ କଳା ବଂଚିବା ନିହାତି ଆବଶ୍ୟକ ବୋଲି ମତ ରଖିଥିଲେ | ବିଶିଷ୍ଟ ଅତିଥି ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ଯୋଗଦେଇ ନିଜର ବକ୍ତବ୍ୟରେ କହିଲେ ରାୟଗଡାର କଳା ସଂସ୍କୃତି ସାରା ପୃଥିବୀରେ ପହଁଚାଇବାର ମାଧ୍ୟମ ହେଉଛି ଚଇତି ଜ଼ିଲ୍ଲାପାଳ ଗୁହା ପୁନମ ତାପସ କୁମାର ନିଜର ବକ୍ତବ୍ୟରେ କହିଥିଲେ ବିବିଧତା ମଧ୍ୟରେ ଆମ ସମସ୍ତଙ୍କୁ ଏକ ସୁତାରେ ବାନ୍ଧି ରଖିବାରେ ଚଇତି ସକ୍ଷମ ହୋଇପାରିଛି |

ଅନ୍ୟ ଅତିଥି ମାନଙ୍କ ମଧ୍ୟରେସମ୍ମାନିତ ଅତିଥି ରୂପେ ଶ୍ରୀ ଝିନ ହିକକା, ବିଧାୟକ ଲାଲବିହାରୀ ହିମ୍ରିକା ,ଜଗନାଥ ସରକ ,ତ୍ରିନାଥ ଗମାଙ୍ଗ ଜ଼ିଲ୍ଲା ଆରକ୍ଷୀ ରାହୁଲ ପି ଆର, ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷା ଜଗନାଥ ନୁଁତୃକା ଓ ବ୍ଲକ ଅଧ୍ୟକ୍ଷା ବୃନ୍ଦ ପି ରାମୁଲ, ଗୀତ କନ୍ଦାଗିରି ,ଯୋଗେନ୍ଦ୍ର ୱାଡେକ ଯୋଗ ଦେଇଥିଲେ| ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲେ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ସାଙ୍ଗକୁ ଅତିଥି ପରିଚୟ କରିଥିଲେ | ଏହି ଉତ୍ସବରେ ଡଙ୍ଗରିଆଙ୍କ ନୃତ୍ୟ ଓଡ଼ିଶାର କଳା ସଂସ୍କୃତିକୁ ଅଧିକ ରୁଚିମନ୍ତ କରିଥିବାବେଳେ ଲୋକଙ୍କ ମନମୋହିଥିଲା | ସଂସୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ ନୃତ୍ୟ ଲାଞ୍ଜିଆ ସୌର ନୃତ୍ୟ ପାରଳାଖେମୁଣ୍ଡି ପାଈକ ଅଖାଡା ଢେମସା କୋୟା ଘୁମୁରା ଧମାଲ ସାହିଯାତ ନୃତ୍ୟ ପୁରୀ ଡାଲଖାଇ ଓ ନୂଆଦିଲ୍ଲୀର ଅଶୋକ ଗୁଦୁଙ୍କ ଶିବ ତାଣ୍ଡବ ଅନୁଷ୍ଠିତ ହୋଇଥିଲା |

Comments are closed.