ଅବାଧ ଓ ନିରପେକ୍ଷ ଭାବରେ ପଞ୍ଚାୟତରାଜ ନିର୍ବାଚନ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ

0
219
ଅବାଧ ଓ ନିରପେକ୍ଷ ଭାବରେ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୨୭/୦୧) : ଚଳିତ ତ୍ରିସ୍ତରୀୟ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ସଂପାଦନ କରିବା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବୈଠକ କଲେ ରାୟଗଡ ଜିଲ୍ଲା ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ।

ଜିଲ୍ଲା ପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ଓ ନିର୍ବାଚନ ଖର୍ଚ୍ଚ ହିସାବ ପର୍ଯ୍ୟବେକ୍ଷକ ମନୋରଞ୍ଜନ ମହାପାତ୍ର ଯୋଗଦେଇ ନିର୍ବାଚନ ଆଚରଣ ବିଦ୍ଧିକୁ କଡାକଡି ଭାବରେ ପାଳନ କରି ଚଳିତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବରେ କରିବା ପାଇଁ ରାଜନୈତିକ ଦଳ ର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । କୌଣସି ପ୍ରାର୍ଥୀ ଜାତି, ଧର୍ମ ଓ ସମ୍ପ୍ରଦାୟ ବିରୁଦ୍ଧରେ ପ୍ରଚାର କରିପାରିବେ ନାହିଁ କିମ୍ୱା କୌଣସି ଭୋଟ ଦାତାଙ୍କୁ ଧମକ ଚମକ ଦେଇ ଏବଂ ଜରଜବରଦସ୍ତୀ ପ୍ରଭାବିତ କରି ପାରିବେ ନାହିଁ ।

କୌଣସି ସରକାରୀ ଗୃହ, ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନକୁ ଭୋଟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ । ଏହି ନିର୍ବାଚନ ସମୟରେ ପଦଯାତ୍ରା, ମୋଟର ସାଇକେଲ ରାଲି ଏବଂ ବିଜୟ ଶୋଭାଯାତ୍ରା ବାରଣ କରାଯାଛି । ପ୍ରାର୍ଥୀ କେବଳ ସିମିତ ବ୍ୟକ୍ତି ମାନଙ୍କୁ ନେଇ ପ୍ରଚାର କରିବେ । କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ଭୋଟ ପ୍ରଚାର କରିବେ ବୋଲି କହିଥିଲେ । ଯଥା- ମାସ୍କ ବ୍ୟବହାର, ସାନିଟାଇଜର ଏବଂ ସାମାଜିକ ଦୂରତା ଅବଲମ୍ୱନ କରିବେ ବୋଲି ଜିଲ୍ଲାପାଳ, ରାୟଗଡ ବୈଠକରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଇଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ସିମାକୁ ଖର୍ଚ୍ଚ ହିସାବ ପର୍ଯ୍ୟବେକ୍ଷକ ଶ୍ରୀ ମହାପାତ୍ର ଉପସ୍ଥାପନା କରିଥିଲେ ।

ତଦନୁଯାୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଞ୍ଚ ଲକ୍ଷ ଟଙ୍କ।, ସମିତି ସଭ୍ୟ ପ୍ରାର୍ଥୀ ଏବଂ ସରପଞ୍ଚ ପ୍ରାର୍ଥୀ ସର୍ବୋଚ୍ଚ ଦୁଇ ଲକ୍ଷ ଟଙ୍କ । ଲେଖାଏଁ ନିର୍ବାଚନ ଖର୍ଚ୍ଚ କରି ପାରିବେ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଭାରତୀୟ ଜାତୀୟ କଂଗ୍ରେସ ର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବିଜୁ ଜନତା ଦଳ ର ବ୍ରଜସୁନ୍ଦର ନାୟକ, ଭାରତୀୟ ଜନତା ପାର୍ଟି ର ଶ୍ରୀ ଶିବପ୍ରସାଦ ପଟନାୟକ, ଆମ୍‍ ଆଦମୀ ପାର୍ଟି ଏବଂ ଅନ୍ୟ କର୍ମକର୍ତ୍ତା ମାନେ ବୈଠକରେ ଉପସ୍ଥିତ ଥିଲେ ।