Advertisements
Monday, July 13, 2020
Home headline ବିଜେଡିର ପ୍ରତିଷ୍ଠା ଦିବସକୁ କଂଗ୍ରେସର କଳାଦିବସ ପାଳନ-ବୈପାରୀଗୁଡା

ବିଜେଡିର ପ୍ରତିଷ୍ଠା ଦିବସକୁ କଂଗ୍ରେସର କଳାଦିବସ ପାଳନ-ବୈପାରୀଗୁଡା

ବୈପାରୀଗୁଡା (ଏନ.ସନ୍ତୋଷ କୁମାର): ଆଜିର ଦିନକୁ ସାରା ରାଜ୍ୟରେ ବିଯୁଜନତା ଦଳର ପ୍ରତିଷ୍ଠା ଦିବସ ରୂପେ ପାଳନ କରୁଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କଳାଦିବସ ପାଳନ କରାଯାଉଛି |

ଏଥିରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ମୋଟ ୨୦ ପଂଚାୟତ କାର୍ଯ୍ୟାଳୟରେ ପିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଦଫା ଦାବିପତ୍ର ପ୍ରଦାନ କରାଯାଇଛି | ଏହି ଦାବି ପତ୍ରରେ ଉଲ୍ଲେଖ ଅଛି ଯେ ଆମ ଗାଁ ଆମ ବିକାଶ ଯୋଜନା ଗ୍ରାମ ସଭା କିମ୍ବା ପଂଚାୟତର ଅନୁମୋଦନ ରେ ପ୍ରକଳ୍ପ ଘୋଷଣା କରାଯାଉ , ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ଖୋଲା ହାତ ପାଣ୍ଠି ବ୍ୟବସ୍ଥା ହେଉ , ପିଠା କାର୍ଯ୍ୟକ୍ରମରେ ପଞ୍ଚାୟତକୁ ସମ୍ପୃକ୍ତ କରାଯାଉ, ପଂଚାୟତ ପ୍ରୀତିନିଧି ମାନଙ୍କୁ ସରକାରୀ କର୍ମଚାରୀ ପରି ବିଚାର ନ କରି ସେମାନଙ୍କୁ ଲୋକ ପ୍ରତିନିଧି ଭାବରେ ମର୍ଯ୍ୟାଦା ଓ ସମ୍ମାନ ଦିଆଯାଉ, ବିଭିନ୍ନ ଭତ୍ତା ୧୦୦୦ଟଙ୍କାକୁ ବୃଦ୍ଧି କରାଯାଉ, କୃଷି ଋଣ ଛାଡ ସହ ଧାନ ମଣ୍ଡି ଖୋଲି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣାଯାଉ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ମହିଳାଙ୍କୁ ସୁରକ୍ଷା ତଥା ମଦକୁ ନିଷେଧ କରାଯାଉ, ଭୂମିହୀନ ମାନଙ୍କୁ ଘରଡ଼ିହ ଓ ବାସଗୃହ ଯୋଗାଇଦିଆଯାଉ ଆଦି |

ବୈପାରୀଗୁଡା ହରିଜନ ସେଲ ସଭାପତି ଘଷି ବାଗଙ୍କ ନେତୃତ୍ୱରେ ପଂଚାୟତ ପିଇଓଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ବ୍ଲକ୍ର ସମସ୍ତ ପଂଚାୟତରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି |ଜୋନ-୧ ସଭାପତି ସୀତୁ ପଣ୍ଡା, ଜୋନ -୨ ସଭାପତି ଗୌରଚନ୍ଦ୍ର ପତ୍ର ପରିଚାଳନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: