Related Contents

“ଚଇତି ମହୋତ୍ସବ ୨୦୧୮” ର ଉଦଘାଟନ ଆଜି

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଲୋକ ମହୋତ୍ସବ ଚଇତି ୨୦୧୮ | ଏହି ଜ଼ିଲ୍ଲାର କଳା ସାହିତ୍ୟ ସଂସ୍କୃତିର ବର୍ଣ୍ଣାଢ୍ୟ ଉତ୍ସବ ଆଜି ଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ରାୟଗଡା ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଵିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି |

ଦୀର୍ଘ ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ସାଂସ୍କୃତିକ ଉତ୍ସବରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ଲୋକକଥା ତଥା ଲୋକସଂଗୀତ ସମେତ ଜାତୀୟ ସ୍ତରର ବହୁ ସୁନାମ ଧନ୍ୟ କଳାକାର ଓ ଶିଳ୍ପୀ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ଏହା ବ୍ୟତୀତ ରାୟଗଡା ଜ଼ିଲ୍ଲାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ନିୟମଗିରିର ଡଙ୍ଗରିଆ କନ୍ଧ, ପୁଟାସିଂର ଲାଞ୍ଜିଆ ସଉରା, ପରଜା ଇତ୍ୟାଦି ଜନଜାତି ମାନଙ୍କର କଳା ସଂସ୍କୃତିକୁ ଲୋକଲୋଚନରେ ପରିଚିତ କରାଇବା ପାଇଁ ଚଇତି ଏକ ସୁଯୋଗ ଯୋଗାଇଦେବ | ଏହି ଜ଼ିଲ୍ଲା ମହୋତ୍ସବରେ ବହୁ ପ୍ରତିଭାବାନଙ୍କୁ ପୁରସ୍କୃତ ସହିତ ସମ୍ମାନ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ୍ୟ କରାଯିବ | ଜନସାଧାରଣଙ୍କ କିଣା ବିକା ନିମନ୍ତେ ଓର୍ମାସ ତରଫରୁ ବିଭିନ୍ନ ଦୋକାନ ମାନ ଖୋଲାଯାଇଛି | ଏଥି ସହିତ ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ସାରା ଦେଶର ହସ୍ତ କଳା ଚିତ୍ର କଳା କୃଷି ମେଳା ଓ ଜ଼ିଲ୍ଲା ଉନୟନ ପ୍ରଦର୍ଶନୀ ସାଙ୍ଗକୁ ପିଲାଙ୍କ ମନୋରଞ୍ଜନ ନିମନ୍ତେ ମିନାବଜ଼ାର ବିଜ୍ଞାନ ମେଳା ଖୋଲାଯାଇଛି | ଏହି ଉତ୍ସବ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଆନନ୍ଦ ନେବା ସହିତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଜ଼ିଲ୍ଲାପାଳ ତଥା ଅଧ୍ୟକ୍ଷା ଜ଼ିଲ୍ଲା ସଂସ୍କୃତି ପରିଷଦ ଚଇତି,ରାୟଗଡ଼ ସାଦରେ ନିମଂତ୍ରଣ କରିଛନ୍ତି | ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସାଂସଦ ରାଜ୍ୟସଭା ଶ୍ରୀ ଏନ ଭାସ୍କର ରାଓ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ଲୋକ ସଭା ସାଂସଦ କୋରାପୁଟ ଶ୍ରୀ ଝିନ ହିକକା, ବିଧାୟକ ରାୟଗଡା ଶ୍ରୀ ଲାଲବିହାରୀ ହିମିରିକା, ବିଧାୟକ ଗୁଣୁପୁର ତ୍ରିନାଥ ଗମାଙ୍ଗ, ବିଧାୟକ ବିଷମକଟକ ଜଗନାଥ ସାରକା, ରାୟଗଡ଼ ଆଦିବାସୀ ଉନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନାଥ ନୁଁତୃକା, ବୀଣାପାଣି ସାହୁକାର ଉପାଧକ୍ଷା ଜ଼ିଲ୍ଲା ପରିଷଦ ରାୟଗଡା, ପୋଲିସ ଆରକ୍ଷୀ ଅଧିକ୍ଷକ ରାୟଗଡା ରାହୁଲ ପି ଆର, ପେଦିନଟି ରାମୁଲୁ ଅଧ୍ୟକ୍ଷ ପଂଚାୟତ ସମିତି ରାୟଗଡା, ଗୀତା କୋଂଦାଗରୀ ଅଧ୍ୟକ୍ଷ କୋଲନରା ପଂଚାୟତ ସମିତି, ଯୋଗେନ୍ଦ୍ର ୱାଡେକା ଅଧ୍ୟକ୍ଷ ପଂଚାୟତ ସମିତି କଲ୍ୟାଣସଂପୂର ଓ ଉଦଘାଟନୀ ଉତ୍ସବର ଅଧ୍ୟ୍ୟକ୍ଷା ହେବେ ଶ୍ରୀମତୀ ଗୁହା ପୂନମ ତାପସ କୁମାର | ସେହିପରି ୨୭.୧୨.୨୦୧୮ଉତ୍ସବରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମାନ୍ୟବର ମନ୍ତ୍ରୀ ଏସ ଟି ଓ ଏସ ସି ଓ ପଛୁଆ ବର୍ଗ ଉନୟନ ବିଭାଗ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିରୂପେ ଶ୍ରୀ ସଞ୍ଜୟ ଦାସବର୍ମା ବିଧାୟକ ବ୍ରହ୍ମଗିରି ତଥା ଅଧ୍ୟକ୍ଷ ବିଧାନସଭା ଏସ୍ଟିମେଟ କମିଟି, ଅମ୍ରିତ ରିତୁରାଜ ପି ଡ଼ି ଡ଼ି ଆର ଡ଼ି ଏ ରାୟଗଡା, ଶ୍ରୀ ଶ୍ରୀଧର ଦାସ ସହକାରୀ ଆୟୁକ୍ତ କେନ୍ଦ୍ରୀୟ ପରୋକ୍ଷ କର ଓ ସିମାଶୁକ୍ଳ ବୋର୍ଡ଼ ରାୟଗଡା, ରୁଆଇ ମାଝୀ ଅଧ୍ୟକ୍ଷା ପଂଚାୟତ ସମିତି କାଶୀପୁର, ସଂଜୀତା ପ୍ରତିଙ୍ଗା ଅଧ୍ୟକ୍ଷା ପଂଚାୟତ ସମିତି ଚନ୍ଦ୍ରପୁର, ଶାନ୍ତି ଜାଗରଙ୍ଗା ଅଧ୍ୟକ୍ଷା ପଂଚାୟତ ସମିତି ଗୁଡାରି ଓ ସଭାପତିତ୍ୱ କରିବେ ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର | ସେହିପରି ୨୮.୧୨.୨୦୧୮ ରେ ମୁଖ୍ୟ ଅତିଥିରୂପେ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ସାଂସଦ ରାଜ୍ୟସଭା, ସମ୍ମାନିତ ଅତିଥି ଭାବେ ସୁଧାକର ଶବର ଅତିରିକ୍ତ ଜ଼ିଲ୍ଲାପାଳ ରାୟଗଡା, ବି ଏସ ବଳିରାମ ଉପ ଜ଼ିଲ୍ଲାପାଳ ଗୁଣୁପୁର, ପ୍ରବୀର ନାୟକ ଉପ ଜ଼ିଲ୍ଲାପାଳ ରାୟଗଡା, ଗୋରାଚାନ୍ଦ ଗମାଙ୍ଗ ପି ଏ ଆଇ ଟି ଡ଼ି ଏ ଗୁଣୁପୁର, ଟୁକୁ ବାରିକ ପି ଆଇ ଆଇ ଟି ଡ଼ି ଏ ରାୟଗଡା, ଦେବକୀ ଗମାଙ୍ଗ ଅଧ୍ୟକ୍ଷା ଗୁଣୁପୁର ପଂଚାୟତ ସମିତି, ରମାକାନ୍ତ ମାଝୀ ଅଧ୍ୟକ୍ଷ ପଦ୍ମପୁର ପଂଚାୟତ ସମିତି, ରଜନୀ ମାଣ୍ଡ୍ସଙ୍ଗୀଙ୍କ ସହ ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର ଅଧ୍ୟକ୍ଷା ରୂପେ ଯୋଗଦେବେ |

ସେହିପରି ୨୯.୧୨. ୨୦୧୮ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଆଶିଷ କୁମାର ସିଂହ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ି ଆଇ ଜି, ସମ୍ମାନିତ ଅତିଥି ଭାବେ ରାହୁଲ ପି ଆର ଏସ ପି ରାୟଗଡା, ଶ୍ରୀ ପବନ କୁମାର ସୁରି ନିର୍ବାହୀ ଉପ ସଭାପତି ଜେ କେ କାଗଜକଳ, ଶ୍ରୀ ଏନ ନାଗେଶ ପ୍ରକଳ୍ପ ମୁଖ୍ୟ ଓ ସଭାପତି ଉତ୍କଳ ଆଲୁମିନା, ଶ୍ରୀ କେ ଭେଙ୍କଟେଶ୍ୱର ରାଓ ଉପ ସଭାପତି ଇମ୍ଫା, ଶ୍ରୀ ରାକେଶ ମୋହନ ମୁଖ୍ୟ ପରିଚାଳନା ଅଧିକାରୀ ବେଦାନ୍ତ, ଶ୍ରୀ ସୁମତି ଗାଁଗୁଲି ବରିଷ୍ଟ ଉପ ସାଧାରଣ ପ୍ରବନ୍ଧକ ଏଲ ଆଣ୍ଡ ଟି, ୱାଇ କେ ରାଜପୁତ କାମାଣ୍ଡେଣ୍ଟ ସିଆରପିଏଫ ୪ର୍ଥ ବାଟାଲିୟନ ରାୟଗଡା, ଶ୍ରୀ ଯୋଗେନ୍ଦ୍ର ଅଗ୍ରୱାଲ ସୀମା ସୁରକ୍ଷା ବଳ ରାୟଗଡା, ଜ଼ିଲ୍ଲା ପାଳ ଗୁହା ପୂନମ ତାପସ କୁମାର ଅଧ୍ୟକ୍ଷା ରୂପେ ଯୋଗଦେବେ ଓ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟୀକଲ୍ୟାଣ ଓ ସମବାୟ, ସମ୍ମାନିତ ଅତିଥି ଭାବେ ଶ୍ରୀ ଅଶୋକ ପଣ୍ଡା ମନ୍ତ୍ରୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ, ଅତିଥି ରୂପେ ଏସ ଡ଼ି ପାଣ୍ଡେ ଡ଼ି ଆଇ ଜି କେନ୍ଦ୍ରୀୟ ସୁରକ୍ଷା ବଳ, ରାମ ହିଆଲ ପ୍ରଶିକ୍ଷକ ଡଙ୍ଗରିଆ, ସାଲ ଲକ୍ଷ୍ମଣ ଶବର ଇଡତାଲ ଶିଳ୍ପୀ, ଶ୍ରୀଧର କରଡା ଅଧ୍ୟକ୍ଷ ମୁନିଗୁଡା ପଂଚାୟତ ସମିତି, ବିଜୟାଶାନ୍ତି କୁମ୍ବରୀକା ଅଧ୍ୟକ୍ଷା ବିଷମକଟକ ପଂଚାୟତ ସମିତି, ସିନ୍ଧେ ୱାଡେକା ପ୍ରଶିକ୍ଷିକା ଡଙ୍ଗରିଆ ସାଲ, ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର ଅଧ୍ୟକ୍ଷା ରୂପେ ଯୋଗଦେବେ | ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଦଳ ରୂପେ ପାଇକ ଅଖାଡା ପାରଳାଖେମୁଣ୍ଡି, ଢେମଶା ଦଳ ନବରଙ୍ଗପୁର, ଶିବ ତାଣ୍ଡବ ଅଶୋକ ଗୁଡ଼ୁ ନୂଆଦିଲ୍ଲୀ, ଡାଲଖାଇ ବଲାଙ୍ଗୀର, ସମ୍ବଲପୁରୀ ନୃତ୍ୟ ବରଗଡ଼ ସାଂସ୍କୃତିକ ପରିଷଦ, ଫଗ ନୃତ୍ୟ ଅଶୋକ ଗୁଡ଼ୁ ନୂଆଦିଲ୍ଲୀ, ଲବଣି ନୃତ୍ୟ ନୁପୁର କୋଲକତା, ଛଉ ମୟୁରଭଞ୍ଜ, ଲେପଟା ଡାନ୍ସ କଲକାତା, କଳାହାଣ୍ଡି ଲୋକନୃତ୍ୟ, ନେପାଳୀ ନୃତ୍ୟ, ନୁପୁର କୋଲକାତା, ଆଫ୍ରିକାନ ନୃତ୍ୟ ସିଦ୍ଧି ଧମାଲ ଗୁଜରାଟ, ବଙ୍ଗାଳି ନୃତ୍ୟ ନୁପୁର କୋଲକାତା, ସ୍ୱତନ୍ତ୍ର ବିକାଶ ପରିଷଦ ରାୟଗଡା ଜ଼ିଲ୍ଲାର ସମସ୍ତ ବ୍ଲକର କଳାକାର ସଉରା ନୃତ୍ୟରସମୂର୍ତି ଗମାଙ୍ଗ ଓ ତାଙ୍କ ସାଥି, ଓଡିଶୀ ନୃତ୍ୟ ପରିବେଷଣ କରିବେ ଅତସୀ ମିଶ୍ର ନୂଆଦିଲ୍ଲୀ |

ଏହି କାର୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଗାନ କରିବେ ଆଜ଼ାଦ ହିନ୍ଦ ୟୁଥ ଆଶ୍ସୋସିଏସନ କଳାକାର ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ ନୃତ୍ୟ ଲାଞ୍ଜିଆ ସଉରା ନୃତ୍ୟ ବିଭିନ ଅନୁଷ୍ଠାନର କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି | ଏଣୁ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ମନୋରଞ୍ଜନ କରିବା ନିମନ୍ତେ ଜ଼ିଲ୍ଲାପାଳ ନିବେଦନ କରିଛନ୍ତି ଓ ତା ସହିତ ଜ଼ିଲ୍ଲାର କଳା ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ସମସ୍ତଙ୍କୁ ବାର୍ତା ମାଧ୍ୟମରେ ନିବେଦନ କରିଛନ୍ତି |

Comments are closed.