Thursday, March 28, 2024

Top 5 This Week

Related Posts

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, ତା (୨୬/୧) : ଆଜି ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ ।7536b648 5051 413c 9495 ee8f536d3b81 ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଏହି ଅବସରରେ ଭବାନୀପାଟଣା ଠାରେ ପ୍ରାତଃ ଘ ୫.୦୦ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ରାମ୍ ଧୁନ ପରିବେଷଣ, ସକାଳ ଘ ୭.୦୦ ସମୟରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷ ପ୍ରତିମୂର୍ତ୍ତି ଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ, ସକାଳ ଘ ୭.୩୦ ମି ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସମ୍ବିଧାନ କୁ ସୁରକ୍ଷା ଓ ଗଣତନ୍ତ୍ର ର ବିକାଶ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦେଶ ପାଇଁ ନିଜ ଦାୟିତ୍ଵ ତୁଲାଇ ଦେଶକୁ ଆଗେଇ ନେବାକୁ ଆହ୍ବାନ କଲେ ।

ଗତ ତା ୧୧.୧.୨୦୨୨ ରିଖ ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ ନିୟମ ପାଳନ ପୂର୍ବକ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ୟାରେଡ ପଡିଆରେ ପୋଲିସ ସଶସ୍ତ୍ର ବାହିନୀ, ହୋମଗାର୍ଡ ଓ ପୋଲିସ ବାଦକ ଦଳ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ବିଭାଗ, ପୌର ପରିଷଦ ଓ ପୋଲିସ ବିଭାଗରୁ ୩୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଗତ ୧୮.୧.୨୦୨୨ ତାରିଖରେ ଅନୁଷ୍ଠିତ ହାଇସ୍କୁଲ ଓ କଲେଜସ୍ତର ଅନ୍ ଲାଇନ୍ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେଭଳି ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଓ ସେୱା ଅନୁଷ୍ଠାନ ତରଫରୁ ଡାକ୍ତରଖାନା ର ଶିଶୁ ୱାର୍ଡ଼ ଓ ଜେନେରାଲ ୱାର୍ଡ଼ ରେ ଫଳ/ ବିସ୍କୁଟ ଓ ମିଷ୍ଟାନ୍ନ ବିତରଣ କରାଯାଇଥିଲା ।

ରୋଟାରୀ କ୍ଲବ ଦ୍ଵାରା ଶିଶୁ ଭାରତୀ ଅନାଥା ଶ୍ରମରେ ଫଳ ବଣ୍ଟନ ସହ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରେଡକ୍ରସ୍ ଦିବ୍ୟାଙ୍ଗ ଦୃଷ୍ଟିହୀନ ଓ ମୁକ ବଧିର ବିଦ୍ୟାଳୟ ଠାରେ ଫଳଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଜିଲ୍ଲା କାରାଗାର ଠାରେ ଅନ୍ତେବାସୀ ମାନଙ୍କୁ ଯୋଗାଣ ବିଭାଗ ଦ୍ଵାରା ଫଳ ଓ ବିସ୍କୁଟ ବଣ୍ଟନ ହୋଇଥିଲା । ପଡିଆ ରେ ପ୍ରମୁଖ ବିଭାଗୀୟ ଅଧିକାରୀ, କୋଭିଡ ଯୋଦ୍ଧା ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଉତ୍ସବ ପରିଚାଳନା ସହ ସଞ୍ଚାଳନ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles