ମନମୁଣ୍ଡା ପଞ୍ଚାୟତ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରକୁ ନେଇ ଲକ୍ଷ ଲକ୍ଷ ଟଙ୍କାର କାରବାର

0
218
ମନମୁଣ୍ଡା ପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ, (୨୬/୦୧) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି ନିର୍ବାଚନୀର ଆଇନ ଉଲଂଘନ । ମନମୁଣ୍ଡା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମୋଟା ଅଙ୍କର ଟଙ୍କା କାରବାର ହୋଇଥିବା ଏକ ଅଡିଓ ଓଡ଼ିଶା ସାରା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି ।bd 3 ମନମୁଣ୍ଡା ପଞ୍ଚାୟତ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରକୁ ନେଇ ଲକ୍ଷ ଲକ୍ଷ ଟଙ୍କାର କାରବାର

ମନମୁଣ୍ଡା ପଞ୍ଚାୟତ ରେ ଏ ବର୍ଷ ସରପଞ୍ଚ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ସନ୍ଧ୍ୟାରାନି ସେଠୀ, ବାସନ୍ତୀ ନାୟକ, ଗଣେଶ ଲୁଇ, ରଂଜୁ ବେହେରା , ଦେବ ନାଗ ଓ ଦିନେଶ ଦୀପ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରଥମ ତିନି ଜଣଙ୍କ ମଧ୍ୟରେ ଲଢେ଼ଇ ହେବ ବୋଲି ଆଶା କରାଯାଉଥିଲା । ତେବେ ବାସନ୍ତୀଙ୍କୁ କିଛି ଲୋକ ମିଛ ପ୍ରବର୍ତ୍ତନ ଦେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିବା ବାସନ୍ତୀ ସୂଚନା ଦେଇଛନ୍ତି । ତେଣୁ ଏହାର ସୁଯୋଗରେ ନିର୍ଦ୍ଵନ୍ଦରେ ପ୍ରାର୍ଥୀ ହେବା ପାଇଁ ସଞ୍ଜୁ ବେହେରାଙ୍କ ସମର୍ଥକ ମାନେ ଅନ୍ୟ ପ୍ରାର୍ଥୀ ମାନଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଜୋରଦାର ଉଦ୍ୟମ ଚଳାଇ ସଫଳ ମଧ୍ୟ ହୋଇଛନ୍ତି । ଯାହାର ଅଡିଓ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ।

ଜଣ ପ୍ରତି ୮ ଲକ୍ଷ ଟଙ୍କା ଦେଇ କିଣି ନେଇଥିବା ଚର୍ଚ୍ଚା ହେଉଛି । ତେବେ ଦେବ ନାଗ ଓ ଦିନେଶ ଦୀପ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ମନା କରିବାରୁ ସେମାନଙ୍କୁ ମନାଇବା ପାଇଁ ସ୍ଥାନୀୟ ବହୁ ନେତା ତଥା ପଡୋଶୀ ଜିଲ୍ଲା ସୁବର୍ଣ୍ଣପୁରର କିଛି ପ୍ରଭାବ ଶାଳୀ ବ୍ୟକ୍ତି ବହୁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇନଥିଲେ । ଏବେ ନିର୍ବାଚନୀ ମଇଦାନରେ ତିନିଜଣ ପ୍ରାର୍ଥୀ ଅଛନ୍ତି ।

ଟଙ୍କା ବଳରେ ଭୋଟର୍ ମାନଙ୍କୁ ପ୍ରଭାବିତ କରି ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ଉଦ୍ୟମ କରାଯିବ ବୋଲି ଶୁଣିବାକୁ ମିଳୁଛି । ତେଣୁ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କିପରି ହେବ ବୋଲି ପଞ୍ଚାୟତ ବାସି ପ୍ରଶ୍ନ କଲେଣି । ପ୍ରଶାସନ ପକ୍ଷରୁ ଏହାର ସତ୍ୟାସତ୍ୟ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି ଉକ୍ତ ପଞ୍ଚାୟତବାସି ।