Thursday, March 28, 2024

Top 5 This Week

Related Posts

ସିଡିଏସ୍‌ ବିପିନ୍‌ ରାଓ୍ବତ ଏବଂ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୫/୦୧) : ସିଡିଏସ୍‌ ବିପିନ୍‌ ରାଓ୍ବତ ଏବଂ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର ମିଳିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯିବ । ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି ।

୪ ଜଣଙ୍କୁ ପଦ୍ମ ବିଭୂଷଣ ମିଳିଥିବା ବେଳେ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ମିଳିଛି । ୩୪ ଜଣ ମହିଳାଙ୍କୁ ପଦ୍ମ ପୁରସ୍କାର ମିଳିଛି । ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତ ଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନୀତ କରିବାକୁ ଘୋଷଣା ହୋଇଛି ।

ସେହିଭଳି ଉତ୍ତର ପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ମଧ୍ୟ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇଛି । ଭ୍ୟାକସିନ୍‌ ନିର୍ମାତା ସାଇରସ୍‌ ପୁନାଓ୍ବାଲା, ମାଇକ୍ରୋସପ୍ଟ ସିଇଓ ସତ୍ୟ ନାଡେଲା, ଆଲଫାବେଟ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି ।

କଳା କ୍ଷେତ୍ରରେ ମହାରାଷ୍ଟ୍ର ର ପ୍ରଭା ଆତ୍ରେ ପଦ୍ମ ବିଭୂଷଣ ପାଇଥିବା ବେଳେ ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ରାଧେଶ୍ୟାମ ଖେମ୍‌କାଙ୍କୁ ପଦ୍ମ ବିଭୂଷଣ​‌ରେ ସମ୍ମାନିତ କରାଯାଇଛି । ସେହିଭଳି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ, କଳା କ୍ଷେତ୍ରରେ ଭିକ୍ଟର ବାନାର୍ଜୀ ପଦ୍ମ ଭୂଷଣ ପୁରସ୍କାର ମିଳିଛି । ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ମିଳିଛି ।

Popular Articles