Advertisements
Monday, July 13, 2020
Home Cultural & Festival ରାୟଗଡା ଚଇତି୨୦୧୮ର ଚୁଡାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାୟଗଡା ଚଇତି୨୦୧୮ର ଚୁଡାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାୟଗଡା (ଗୋପୀନାଥ ଗୌଡ଼): ଚଇତି୨୦୧୮ ଆଉମାତ୍ର ଗୋଟିଏ ଦିନ ଥିବା ବେଳେ, ରାୟଗଡ଼ାର ଜିସିଡି ହାଇସ୍କୁଲ ଚଇତି ପଡିଆ ଓ ଵର୍ତମାନ ଚଳ ଚଞ୍ଚଳ ଦୋକାନ ବଜାର, ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ନିଜ ନିଜର ଷ୍ଟଲ ସଜାଇବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି ।

ଚଇତି ମଞ୍ଚ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ଚଇତି ପଡ଼ିଆରେ ଜୋରଦାର ଏଲଇଡ଼ି ଲାଇଟ ସହ ମଞ୍ଚକୁ ସୁସଜିତ କରାଯାଇଛି ଓ ଡିଯେ ସାଉଣ୍ଡ ଲଗା ଯାଇଛି । ରାୟଗଡା ପୌରପରିଷଦ ପକ୍ଷରୁ ପଡିଆକୁ କିପରି ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବ ଏ ନେଇ ପୌରପରିଷଦ ଧ୍ୟାନ ରଖିଛନ୍ତି। ପାନୀୟ ଜଳର ସୁବିଧା ନିମନ୍ତେ ରାୟଗଡା ଜନସ୍ଵାସ୍ଥ୍ୟ ବିଭାଗ ତପ୍ତର ଓ କୌଣସି ପ୍ରକାର ଅଗ୍ନିକାଣ୍ଡକୁ ଆଡେଇବା ନିମନ୍ତେ ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇଛନ୍ତି ।

ଏହା ସହ କୌଣସି ପ୍ରକାର ଦୁର୍ଘଟଣାକୁ ଆଡେଇବା ନିମନ୍ତେ ଏକ ଡାକ୍ତରୀ ଦଳ ସହ ଏମ୍ବୁଲାନ୍ସ ର ବ୍ୟବସ୍ଥା କରାଯାଇଛି। ପାର୍କିଂଗ ବ୍ୟବସ୍ଥାକୁ ଧ୍ୟାନ ରଖିବା ସହ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଚୋରି,ଡକାୟତ ଓ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆଜି ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିସିଡି ଚଇତି ବପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନେ ସ୍ଥାନେ ସିସି ଟିଭି ଦ୍ୱାରା ନଜର ରଖାଯିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ କିପରି ନିୟନ୍ତ୍ରଣ କରିବାକୁ ହେବ ଏ ନେଇ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ଆର ରାହୁଲ ଆଲୋଚନା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: