Advertisements
Monday, July 13, 2020
Home headline ଗଞ୍ଜାମ ପୋଲିସର ଏନକାଉଣ୍ଟରରେ ଆହତ ଦୁର୍ଦାନ୍ତ ମଣି

ଗଞ୍ଜାମ ପୋଲିସର ଏନକାଉଣ୍ଟରରେ ଆହତ ଦୁର୍ଦାନ୍ତ ମଣି

କୋଦଳା, ଗଞ୍ଜାମ (ଜଗନ କୁମାର ସେଠୀ): ଗଞ୍ଜାମ ପୋଲିସ ପକ୍ଷରୁ ପୁଣି ଏକ ଏନକାଉଣ୍ଟର ହୋଇଛି |ଆଜି ଭୋର ସାଢେ ୪ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡ଼ି ଢ଼େପ ନିକଟରେ ହୋଇଥିଲା ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ |

ଏଥିରେ ଦୁର୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଭାବେ ଆହତ ହୋଇଛି | ମଣିର ଡାହାଣ ଗୋଡ଼ରେ ବାଜିଛି ଗୁଳି | ଆହତ ମଣିର ଘର ନୟାଗଡ ଜିଲ୍ଲା ରଣପୁରରେ ବୋଲି ଜଣାପଡିଛି | ମଣି ନିକଟରେ ଖଲ୍ଲିକୋଟ ବଡଘାଟିରେ ହୋଇଥିବା ଡକାୟତ ଘଟଣାରେ ସମ୍ପୃକ୍ତ ଥିଲା | ଏଥି ସହିତ ମଣି ନାମରେ ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ସଙ୍ଗିନ ମାମଲା ରହିଛି |

ଆହତ ମଣିକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ମଣି ନିକଟରୁ ପୋଲିସ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି | ମଣିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି | ଅପରାଧକୁ ଦମନ ପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଅପରେସନ କ୍ଲିନ କ୍ରାଇମ ଅଭିଯାନରେ ଏହା ହେଉଛି ୫୭ତମ ଏନକାଉଣ୍ଟର ଓ ମଣି ହେଉଛି ପୋଲିସର ୬୦ତମ ଶିକାର |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: