ବ୍ଲକ ସଦର ମହକୁମା ରେ ଗଣତନ୍ତ୍ର ଦିବସ ପାଳିତ

0
173
ବ୍ଲକ ସଦର ମହକୁମା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୧) : ଆଜି ବ୍ଲକ ସଦର ମହକୁମା ରେ ୭୩ ତମ ଜନରାଜ୍ୟ ଦିବସ (ଗଣତନ୍ତ୍ର ଦିବସ) କାଶୀନଗର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ସଦର ମହକୁମା ଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଡ଼ା. ଲକ୍ଷ୍ମୀ ପ୍ରସାଦ ସାହୁ ଜାତୀୟ ଧ୍ଵଜା ଉତୋଳନ କରିଥିଲେ । ଗଣତନ୍ତ୍ର ଦିବସ ର ମହତ୍ତ୍ଵ ବୁଝାଇଥିଲେ । ବ୍ଲକ ର ସମସ୍ତ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ । ସେହିଭଳି କାଶୀନଗର ଥାନା ରେ ସୁଶାନ୍ତ କୁମାର ସାହୁ ଶ୍ରୀ ରାମ୍ କଲେଜ ରେ ପ୍ରଶାନ୍ତ ବନ ପାଲି, ନବ କୃଷ୍ଣ ସାହୁକାର, ଫରେଷ୍ଟ ଅଫିସ୍ ,ଅବକାରୀ ଅଫିସ୍, ଓବିଭିଁ ଶିକ୍ଷା ଅନୁଷ୍ଠାନ ରେ ଜନରାଜ୍ୟ ଦିବସ ପାଳିତ ହୋଇ ଯାଇଛି । ବଂଶଧାରା ପାଠାଗାର ଓ ଗଜପତି ପାଠାଗାର ରେ ମଧ୍ୟ ପାଳିତ ହୋଇଯାଇଛି ।