Related Contents

ପୁଣି ଏକ ଅନ୍ତରାଜ୍ୟ ଗଂଜେଇ କିଙ୍ଗ ଗିରଫ-ମାଲକାନଗିରି

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ପୋଲିସକୁ ଗଞ୍ଜେଇ ଅଭିଯାନରେ ମିଳିଛି ସଫଳତା । ବିଗତ ଦିନରେ ଏକ ବିଶେଷ ସୂତ୍ରରୁ ଖବର ପାଇଁ ଅର୍କେଲ ପୋଲିସ ଚଳିତ ମାସ ୮ତାରିଖରେ ପେଟ୍ରୋଲିଂ ଚଳାଇଥିଲା ।

ତେବେ ଗାଡି ଯାଞ୍ଚ ସମୟରେ ୩ ଟି କାରରୁ ୧୦୮.୫କେଜି ଗଞ୍ଜେଇ ଜବତ କରିବା ସହ ୭ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ଜବତ ଗଞ୍ଜେଇକୁ ହରିୟାଣାକୁ ନେଉଥିବାର ସୂଚନା ମିଳିଛି । ୧୬ଦିନର ଅପରେସନ ପରେ ପୋଲିସ ପହଞ୍ଚିଥିଲା କିଙ୍ଗ ପିନ ମୁବାରଖ ଖାନ ପାଖରେ । ମୁବାରଖ ଖାନ ହରିୟାଣାର ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ ରହି ଗଞ୍ଜେଇ ଚୋରା ଚାଲାଣ ରାକେଟ ଚଳାଉଥିଲା । ଆଜି କିଙ୍ଗ ପିନକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ ।ଏହା ସହ ଚଳିତ ବର୍ଷ ମାଲକାନଗିରି ପୋଲିସ ଅନେକ ଗଞ୍ଜେଇ ଗଛ ନଷ୍ଟ କରିବା ସହ ୧୭୦୦୦କେଜି ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ୧୮୦ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଏସପି ଜଗ ମୋହନ ମିନା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Comments are closed.