Related Contents

ବେକାର ଯୁବକ ଯୁବତୀ ଓ ଏସଏଚଜି ଗ୍ରୁପଙ୍କୁ ରୋଜଗାର ବାଟ ଦେଖାଇଲେ ସାଂସଦ

ଝରିଗାଁ (ତ୍ରିନାଥ ଧୁରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକଠାରେ ବେକାରି ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି ।

ଏହି ସଭାରେ ଝରିଗାଁ ଗୋଷ୍ଟି ଉନୟନ ଅଧିକାରୀ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆ ସଭାପତିତ୍ବ କରିଥିବା ବେଳେ ନବରଂଗପୁର ସାଂସଦ ଇଂ ବଳବଦ୍ର ମାଝି ଯୋଗ ଦେଇ ଝରିଗାଁ ବ୍ଲକରୁ ଆସିଥିବା ବେକାର ଯୁବକ ଯୁବତୀଙ୍କୁ ନିଜକୁ କିପରି ସ୍ଵାବଲମ୍ବୀ କରିବେ, ବର୍ତମାନ ପରିସ୍ଥିତିରେ ବେକାର ସମସ୍ୟା ଉଗ୍ର ହେଉଥିବା ବେଳେ ଯୁବ ଗୋଷ୍ଟି ପଥ ଭ୍ରଷ୍ଟ ନ ହୋଇ ସରକାରଙ୍କର ବିଭିନ୍ନ ଯୋଜନାକୁ କିପରି ବିନିଯୋଗ କରି ନିଜକୁ ସମାଜରେ ଏକ ପ୍ରତିଷ୍ଟିତ ବ୍ୟକ୍ତି କରି ପାରିବେ ଏବଂ ନିଜର ପରିବାରର ଉନ୍ନତି କରିବା ସହ ଦେଶକୁ ବେକାର ସମସ୍ୟାରୁ ଦୂର କରି ନିଜେ ନିଜେ ଅଧିକ ପରିମାଣରେ ରଜଗାର କରି ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ ଦେଇଥିଲେ | ସେହିପରି ଆସିଥିବା ଏସଏଚଜି ଗ୍ରୁପ ମାନଙ୍କୁ ମଧ୍ୟ ସରକାର ଏସଏଚଜି ଗ୍ରୁପ ପାଇଁ ବିଭିନ୍ନ ଯୋଜନା କରିଛନ୍ତି | ସେହି ଯୋଜନା ଗୁଡିକ ବିନିଯୋଗ କରି ଲାଭବାନ ହେବା ପାଇଁ କହିଥିଲେ । ଏହି ବୈଠକରେ ୩୦୦ରୁ ଉର୍ଦ୍ଧ ଏସଏଚଜି ଏବଂ ଯୁବକ ଯୁବତୀ ଯୋଗ ଦେଇଥିଲେ |

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବି ହରାବତୀ ଗୋଣ୍ଡ, ନବରଙ୍ଗପୁର ଆଇ ଟି ଡି ଏ ପ୍ରୋଜେକ୍ଟ ମ୍ୟାନେଜର ଗୋବିତ କୁମାର , ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ସାଂସଦ ପ୍ରତିନିଧି ଉଦୟନଥ ନାୟକ, ଓ ଲଏମ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଗୋପାଳ କ୍ରୀଷ୍ଣା ଦୀପ, ନବରଙ୍ଗପୁର ଜିଏମ ଲିଙ୍ଗରାଜ ଗୋଣ୍ଡପାଣି, ଝରିଗାଁ ଆଇପିଇଓ ଏ କେ ପାଲ, ଝରିଗାଁ ସି ଡି ପି ଓ ଆରଏସ ବାସନ୍ତୀ ପ୍ରମୁଖ ମଞ୍ଚାସୀନ ଥିଲେ | ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରି ଉପସ୍ଥିତ ଯୁବଗୋଷ୍ଟି ଏବଂ ଏସଏଚଜି ପ୍ରମୁଖଙ୍କୁ ଯୋଜନାରେ ସାମିଲ କରାଯିବା ନେଇ ପଦକ୍ଷେପ ନେଇଥିଲେ । ଏହି କାର୍ଯକ୍ରମର ସଫଳତା ନେଇ ସ୍ଥାନୀୟ ପ୍ରଶାସନୀକ ଅଧିକାରୀ ସ୍ଵେଛାସେବି ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସହଯୋଗ କରିଥିଲେ ।

Comments are closed.