Related Contents

ବିଧବା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କୋଳନରା ବ୍ଲକ ପରିଷରରେ ଆୟୋଜିତ ସାଧାରଣ ଅଭିଯୋଗ ପ୍ରକୋଷ୍ଠରେ ୧୦ଜଣ ବିଧବା ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୧୫୦୦ଟଙ୍କା, ସେହିପରି ଜଣେ ମହିଳାଙ୍କୁ ଟ୍ରାଇ ସାଇକେଲ, ୮ଜଣଙ୍କୁ ଜାତୀୟ ଫେମିଲି ବେନିଫିଟ ସ୍କିମରେ ୨୦ହଜାର ଟଙ୍କାର ରାଶି, ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର ପ୍ରଦାନ କରିଥିଲେ |

ଏହି କାର୍ୟକ୍ରମରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ଉପଜ଼ିଲ୍ଲାପାଳ ପ୍ରବୀର ନାୟକ ପ୍ରକଳ୍ପ ନିର୍ଦେଶକ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ଶ୍ରୀ ଅମ୍ରିତ ଋତୁରାଜ, କୋଳନରା ଗୋଷ୍ଟି ଉନୟନ ଅଧିକାରୀ ତାପସ ଭୋଇ, ଅତିରିକ୍ତ ଗୋଷ୍ଟି ଉନୟନ ଅଧିକାରୀ କେ ଶିବା ଗୋପାଳ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ଏକ୍ସଟନ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ପରିଚାଳନା କରିଥିଲେ | ସମସ୍ତ ହିତାଧିକାରୀ ଭତ୍ତା ପାଇବାରୁ ଜ଼ିଲ୍ଲାପାଳଙ୍କୁ ବହୁ କୃତଜ୍ଞତା ଜଣାଇଥିଲେ | ଜ଼ିଲ୍ଲାପାଳ ମଧ୍ୟ୍ୟ ବ୍ଲକ ଅଧିକାରୀଙ୍କୁ ଯେଉଁମାନେ ଭତ୍ତା ପାଇବା ନିମନ୍ତେ ହକଦାର ସେମାନଙ୍କୁ ଚିନ୍ହଟ କରି ଖୁବ ଶୀଘ୍ର ଭତ୍ତା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ |

Comments are closed.