Related Contents

ଚଇତି ୨୦୧୮ ର ପ୍ରଚାର ପ୍ରସାର ପାଇଁ ଗଡ଼ିଲା ଚଇତି ରଥ

ରାୟଗଡା(ଗୋପୀନାଥ ଗୌଡ଼): ଚଇତି ୨୦୧୮ ପାଇଁ ଆଜିଠୁଁ ଗଡିଲା ଚଇତି ରଥ । ରାୟଗଡା ଜିଲ୍ଲାର ସ୍ଥାନୀୟ ଜିସିଡି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ରାୟଗଡାର ପରବ ଚଇତି୨୦୧୮ ନିମନ୍ତେ ଗଡିଲା ପ୍ରଚାର ରଥ |

ଏହି ରଥ ରାୟଗଡାର ପ୍ରତ୍ୟକ ବ୍ଲକ ଓ ପଞ୍ଚାୟତ ସବୁ ବୁଲି ଚଇତିର ପ୍ରଚାର ପ୍ରସାର ନିମନ୍ତେ ଶୁଭାରମ୍ଭ ଆଜି ସକାଳ ୧୧ତା ସମୟରେ ରାୟଗଡାର ମଝିଘୋରିଆଣି ମନ୍ଦିର ଠାରେ ସବୁଜ ପତାକା ଦେଖାଇ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପଷ କୁମାର ଶୁଭାରମ୍ଭ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଗୁହାପୁନମ ତାପଷ କୁମାର, ଉପଜିଲ୍ଲାପାଳ ଶ୍ରୀ ପ୍ରବୀର କୁମାର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଓ ଟୁକୁବାରିକ ପ୍ରମୁଖ ଉପସ୍ଥିତ ଥିବା ସହ ରାୟଗଡା ସହରର ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ ।


Comments are closed.