Related Contents

ତହସିଲଦାରଙ୍କ ଅଚାନକ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତ ର ମାଙ୍କିଡି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ବୈପାରୀଗୁଡା ତହସିଲଦାର |

ଉକ୍ତ ଗ୍ରାମବାସୀଙ୍କ ବହୁ ଅଭିଯୋଗ ପରେ ଏବଂ ସେହି ଗ୍ରାମର ରାମଚନ୍ଦ୍ର ପୂଜାରୀଙ୍କ ସ୍ତ୍ରୀ ଵାଲା ଗାଦବଙ୍କ ମମତା ଯୋଜନା ଟଙ୍କା ନ ପାଇବା ଘଟଣାକୁ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇଲା ପରେ ଗତ ଶନିବାର ଦିନ ସ୍ଥାନୀୟ ତହସିଲଦାର ଜ୍ୟୋତି ପ୍ରକାଶ ସେଠି ଓ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଥିଲେ | ମାଙ୍କିଡି ଗାଁ ଟି ବୈପାରୀଗୁଡା ବ୍ଲକ ର ଏକ ଉପାନ୍ତ ଅଂଚଳ ରୂପେ ଗଣତି କରୁଥିବା ବେଳେ ସେଠାରେ ଆଇସିଡିଏସ ର ସିଡିପିଓ କିମ୍ବା ସୁପରଭାଇଜର ଙ୍କ ପାଦ ପଡୁ ନ ଥିବା ସୁଯୋଗ ନେଇ ଅଙ୍ଗନବାଡି କର୍ମୀ ଦୁଇ ମାସ ରେ ଠାରେ ଯାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି |

ଗରିବ ଲୋକଙ୍କ ସୁବିଧା ପାଇଁ ଛୋଟ ପିଲାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ସହ ଶିକ୍ଷାର ଉନ୍ନତି, ଗର୍ଭବତୀ ଓ ପ୍ରସୂତିଙ୍କ ବିଭିନ୍ନ ସାହାଯ୍ୟ ସହଯୋଗ ଯୋଜନା ମାଙ୍କିଡି ଅଙ୍ଗନବାଡି କେନ୍ଦ୍ରରେ ଫେଲ ମାରିଛି ବୋଲି ଜଣାପଡିଛି | ଆଗାମୀ ଦିନରେ ଅପହଞ୍ଚ ଅଂଚଳରେ ଥିବା ଗରିବ ଲୋକଙ୍କ ଯୋଜନା ଉଚିତ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ଏବଂ ବ୍ଲକ ର ସମସ୍ତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବେ ବୋଲି ତହସିଲଦାର ପ୍ରକାଶ କରିଛନ୍ତି | ତହସିଲଦାରଙ୍କ ଏହି ପଦକ୍ଷେପ ପାଇଁ ଜନସାଧାରଣ ପ୍ରଶଂସା କରିଛନ୍ତି |

Comments are closed.