Related Contents

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସିଲେଇଶିକ୍ଷା ଉଦଘାଟନ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ସ୍ଥିତ ମା ତାରାତାରିଣୀ ଶିକ୍ଷା ଅନୁଷ୍ଠାନରେ ନେହେରୁ ଯୁବ କେନ୍ଦ୍ର ଓ ଫ୍ରେଣ୍ଡ୍ସ ୟୁନିଟ କ୍ଲବ ମିଳିତ ସହଯୋଗରେ ମୁକ୍ତ ସିଲେଇ ଶିକ୍ଷା କାର୍ଯ୍ୟକ୍ରମ ହୋଇଯାଇଛି |

ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ୩ମାସ ଧରି ବୈପାରୀଗୁଡା ଆଖପାଖ ଅନେକ ଗାଁର ପ୍ରାୟ ୨୫ଜଣ ଉଭୟ ପୁରୁଷ ଓ ମହିଳା ଯୁକ୍ତ ଭାବରେ ଶିକ୍ଷା ଗ୍ରହଣ କରିବେ | ଏହି କାର୍ଯ୍ୟକ୍ରମଟିକୁ ନେହେରୁ ଯୁବକେନ୍ଦ୍ର ସହାୟକ ପି.ସତୀଶ ଏବଂ ଲୁସି ବେହେରା ଆୟୋଜନ କରିଥିବା ବେଳେ ଫ୍ରେଣ୍ଡ୍ସ କ୍ଲବ ର ଅଧ୍ୟକ୍ଷ ମଧୁସୂଦନ ରାଉତ ଏବଂ ଭୀମସେନ ହରିଜନ ସହଯୋଗ କରିଥିଲେ |

Comments are closed.