Advertisements
Monday, July 13, 2020
Home Education & Literacy ବିଧାୟକଙ୍କ ଅଙ୍ଗରକ୍ଷୀରୁ ଓଏସ ପାଇ ସମ୍ମାନିତ ହେଲେ ନୀଳାଦ୍ରି ବିହାରୀ ଦାଡିଆ

ବିଧାୟକଙ୍କ ଅଙ୍ଗରକ୍ଷୀରୁ ଓଏସ ପାଇ ସମ୍ମାନିତ ହେଲେ ନୀଳାଦ୍ରି ବିହାରୀ ଦାଡିଆ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ନୂତନ ଭାବେ ଓଏଏସ ପାଇ ଥିବା ନିଳାଦ୍ରି ବିହାରୀ ସମ୍ମାନିତ କରାଯାଇଥିଲା |


ପୂର୍ବରୁ ସେ ବିଧାୟକଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟକରୁଥିବାରୁ ଜଣେ କନେଷ୍ଟବଳ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହାସଲକରି ମାଲକାନଗିରି ଜିଲ୍ଲାର ଗୌରବ ପାଲଟିଛନ୍ତି । ନୀଳାଦ୍ରୀ ବିହାରୀ ଦାଡିଆ ଜଣେ ପରଜା ଆଦିବାସୀ ସଂପ୍ରଦାୟର | ସେ ଗତ୨୦୦୨ ମସିହାରେ ମାଲକାନଗିରି ଜିଲ୍ଲାରେ କନେଷ୍ଟବଳ ଚାକିରୀରେ ଯୋଗଦେଇଥିଲେ । ୨୦୦୩ ମସିହାରେ ହାଇଦ୍ରାବାଦରେ ଗ୍ରେହାଉଣ୍ଡ ତାଲିମନେଇ ମାଲକାନଗିରି ଜିଲ୍ଲାରେ ମାଓ ଅପରେସନରେ ଯୋଗଦେଲେ । ୨୦୦୯ରେ ସେ ସ୍ୱତନ୍ତ୍ର ସୁରକ୍ଷା ବିଭାଗରେ ତାଲିମନେଇ କୋରାପୁଟ ବିଧାୟକ ଝିନ ହିକକାଙ୍କ ଅଙ୍ଗରକ୍ଷୀ ଭାବେ କାମକରୁଥିଲେ । ନିଜକାର୍ଯ୍ୟ ସଫଳତାର ତୁଲାଇବାସହିତ ସେ ଇଗ୍ନୋରେ ସ୍ନାତକ ଡିଗ୍ରୀ ହାସଲକରିବା ପରେ ଏଏଏସଆଇ ଭାବେ ପ୍ରମୋଶନ ପାଇଥିଲେ । ପରେ୨୦୧୭-୧୮ମସିହାରେ ସେ ପ୍ରଥମଥର କରି ଓଏଏସ ପରୀକ୍ଷା ଦେଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ୯୭ରେଙ୍କରେ ଓଏଏସ ରେ ସ୍ଥାନରହିଛି । ମାଲକାନଗିରି ଜିଲ୍ଲାର ଜଣେ ପରଜା ଆଦିବାସୀ ଯୁବକ ଓଏଏସ ପାଇଥିବାରୁ ମାଲକାନଗିର ଜିଲ୍ଲାରେ ଏବଂ ଆରକ୍ଷୀ ବାହିନୀ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: