Advertisements
Monday, July 13, 2020
Home District News ଚଇତି ଗଣଦୌଡ ଓ ବରିଷ୍ଟ ନାଗରିକଙ୍କ ପଦଚାଳନା ନେଇ ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କ ମନମୁଖୀ ରାଜୁତି

ଚଇତି ଗଣଦୌଡ ଓ ବରିଷ୍ଟ ନାଗରିକଙ୍କ ପଦଚାଳନା ନେଇ ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କ ମନମୁଖୀ ରାଜୁତି

ରାୟଗଡା ଜ଼ିଲ୍ଲା ପ୍ରତନିଧି (ଅମୁଲ୍ୟ ନିଶଙ୍କ): ଚଇତି ୨୦୧୮ ନିମନ୍ତେ ଆଜି ଏକ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଅଲଗା ଅଲଗା ଗଣଦୌଡ଼ ଓ ବରିଷ୍ଟ ନାଗରିକଙ୍କ ନିମନ୍ତେ ପଦଚାଳନା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା |

ପଦଚାଳନା ନିମନ୍ତେ ଉଭୟ ପୁରୁଷ ଓ ସ୍ତ୍ରୀ ଙ୍କ ନିମନ୍ତେ ୫୦ରୁ ୬୦ ବର୍ଷ ଓ ୬୦ବର୍ଷରୁ ଉର୍ଧ ଦୁଇଟି ବିଭାଗ କରାଯାଇ ଦୁଇ କିଲୋମିଟର ପଦଚାଳନା ନିମନ୍ତେ ଘୋଷଣା କରାଯାଇଥିଲା | ପୁରୁଷ ଗଣଦୌଡ଼ ନିମନ୍ତେ ୫କିଲୋମିଟର, ମହିଳାଙ୍କ ନିମନ୍ତେ ୩କିଲୋମିଟର ଦୌଡ ନିମନ୍ତେ ଘୋଷଣା କରାଯାଇଥିଲା | ଜ଼ିଲ୍ଲା କ୍ରୀଡା ସମ୍ପାଦକ ମନୋଜ କୁମାର ଗନ୍ତାୟତ ଉକ୍ତ ଘୋଷଣା କରିଥିଲେ ରାୟଗଡା ପୋଲିସ ଜ଼ିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ରାହୁଲ ପି ଆର ସବୁଜ ପତାକା ଦେଖାଇ ଉଭୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ପ୍ରଥମେ ପୁରୁଷ ବର୍ଗଙ୍କ ଗଣଦୌଡ଼ ପରେ ମହିଳା ଗଣଦୌଡ଼ ତାପରେ ବରିଷ୍ଟ ପୁରୁଷ ନାଗରିକ ପଦଚାଳନା ମହିଳାଙ୍କ ପଦଚାଳନା ଆରମ୍ଭ ହୋଇଥିଲା | ବରିଷ୍ଟ ନାଗରିକ ପଦଚାଳନାର ଶେଷ ୨ କିଲୋମିଟର ରେ କୌଣସି ଖେଳ ଶିକ୍ଷକ ନ ଥିଲେ | ସେଥିପାଇଁ ବରିଷ୍ଟ ନାଗରିକ ଉଭୟ ପୁରୁଷ ଓ ମହିଳା ୩ କିଲୋମିଟର ଚାଲିଚାଲି ଯାଇଥିଲେ | ଠିକ ସେହିପରି ମହିଳା ଗଣଦୌଡ଼ କାରୀଙ୍କୁ ୩ କିଲୋମଟର ସିରିକଣା ଶିବମନ୍ଦିର ପର୍ଯ୍ୟନ୍ତ ଦୌଡିବା ନିମନ୍ତେ ଘୋଷଣା କରାଯାଇ ଥିଲା କିନ୍ତୁ ଏହିଠାରେ ମଧ୍ୟ୍ୟ ସେହିବ୍ୟତିକ୍ରମ ଦେଖାଦେଇଥିଲା | ମହିଳା ଗଣଦୌଡ଼ ଶେଷ ସ୍ଥାନ ୩ କିଲୋମଟର ସିରିକଣା ଶିବମନ୍ଦିର ନିକଟରେ କୌଣସି ଖେଳ ଶିକ୍ଷକ ବା କୌଣସି ଖେଳ ଆୟୋଜକ ନଥିଲେ ସେହିଠାରେ କେବଳ ତମ୍ବୁ ଟିଏ ରହିଥିଲା ଓ ରାସ୍ତାରେ ଶେଷ ସୀମା ଧଳା ଦାଗ ଦିଆଯାଇଥିଲା | ସେଥିପାଇଁ କେତକ ମହିଳା ଦୌଡକାରୀ ସେହିଠାରେ ଅଟକି ରହିଯାଇଥିଲେ ଓ ଅନ୍ୟ କେତକ ଦୌଡ କାରିଣୀ ଆଗକୁ ଚାଲିଯାଇଥିଲେ | ଏହି ଅବବ୍ୟସ୍ଥା ନେଇ ପ୍ରତିଯୋଗିତ କାରିଣୀ ଓ ଜ଼ିଲ୍ଲା ଖେଳ ଅଧିକାରୀଙ୍କ ମଧ୍ୟରେ ବହୁସମୟ ଧରି ବଚସା ହୋଇଥିଲା | ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକର୍ମ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା | ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥବା ବ୍ୟକ୍ତି ଓ ଜନସାଧାରଣ ଙ୍କୁ ମଧ୍ୟ୍ୟ ଦୁର୍ବ୍ୟଭାହାର କରିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ପ୍ରାୟ ୧୦ ମିନିଟ ନିମନ୍ତେ ରାୟଗଡ଼ କୋରାପୁଟ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ରାୟଗଡା ଆଇ ଟି ଡ଼ି ଏ ପ୍ରକଳ୍ପ ପ୍ରଶାସକ ଟୁଟୁ ବାରିକ ଓ ସି ଆର ପି ଏଫ ର ଏସ କେ ପଣ୍ଡା ଓ ମହାନ୍ତି ବାବୁ ପ୍ରତିଯୋଗୀ କାରୀଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିଥିଲେ | ଏହି ଖବର ପାଇଁ ଏସ ପି ରାହୁଲ ପି ଆର ଘଟଣା ସ୍ଥଳରେ ପହଁଚିଥିଲେ | ଏହି ଘଟଣା କାହିଁକି ଘଟିଲା ଏହି ଅବ୍ୟବସ୍ଥାର ଆଲୋଚନା କରି ପ୍ରତିଯୋଗୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଥିଲେ | ଜ଼ିଲ୍ଲା କ୍ରୀଡା ଅଧିକାରୀ ଶେଖଙ୍କ ଯୋଗୁ ଘଟିଲା ବୋଲି ସମସ୍ତେ ଏସ ପିଙ୍କୁ ଅଭିଯୋଗ କରିଥିଲେ | ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟକଳାପରେ ବହୁ ସନ୍ଦେହ ସୃଷ୍ଟି ହେବାର ଅଭିଯୋଗ ହେଉଛି ଜ଼ିଲ୍ଲାପାଳ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ନିମନ୍ତେ ନିବେଦନ କରାଯାଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: