ଗୁରୁତର ଅବସ୍ଥାରେ ଦୁଇ ବାଇକ ଆରୋହୀଙ୍କୁ ପୋଲିସ ଦ୍ୱାରା ଉଦ୍ଧାର

0
147
ଗୁରୁତର ଅବସ୍ଥାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୫/୦୧) : (ଜ.ପ୍ର) ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଝାର ଦେଓବନ୍ଧ ଶୈବପୀଠ ନିକଟ ରୁ କିଛି ଦୂର ରେ ଦୁଇ ଜଣ ବାଇକ ଆରୋହୀ ଆସୁଥିବା ବେଳେ ଉକ୍ତ ଜଙ୍ଗଲ ରାସ୍ତା ର ଏକ ଗୋଲେଇ ସ୍ଥାନରେ ଭାରସାମ୍ୟ ହରାଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ଜଣାପଡିଛି ।WhatsApp Image 2022 01 25 at 9.18.55 AM ଗୁରୁତର ଅବସ୍ଥାରେ ଦୁଇ ବାଇକ ଆରୋହୀଙ୍କୁ ପୋଲିସ ଦ୍ୱାରା ଉଦ୍ଧାର

ସୂଚନା କ୍ରମେ ଏକ ବିବାହ ଉତ୍ସବ କୁ ଯାଇ ସେମାନେ ଦୁଇ ଆହତ ବାଇକ ସବାର ଦୁର୍ଘଟଣା ଗ୍ରସ୍ଥ ହୋଇ ପଡିରହି ଥିବା ସୂଚନା ପାଇ ଟିଟିଲାଗଡ଼ ପୋଲିସ ଥାନା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ମୋହିନୀ ମଲ୍ଲିକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ତେବେ ଦୁର୍ଘଟଣା ରେ ଜଣେ ଅଧିକ ଗୁରୁତର ଅବସ୍ଥାରେ ଥିବା ବେଳେ ଉଭୟ ଚିକିତ୍ସିତ ହେଉଥିବା ଜଣାଯାଇଛି । ତେବେ ଦୁର୍ଘଟଣା ର ପ୍ରକୃତ କାରଣ କ’ଣ ସେ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।