ପୋଲିସ ପେଟ୍ରୋଲିଙ୍ଗ ବେଳେ ୧୦କେଜିର ବଜ୍ରକାପ୍ତା ଉଦ୍ଧାର

ଗୁଣୁପୁର(ପ୍ରଦୀପ କୁମାର ପାତ୍ର): ଗୁଣୁପୁର ନୂଆ ବସଷ୍ଟାଣ୍ଡ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ କରି ଏକ ଇଣ୍ଡିକା କାରକୁ ଅଟକାଇଥିଲା ।

ପରେ ସେହି ଗାଡ଼ିରୁ ଏକ ବଡ଼ ୧୦ କି. ଗ୍ରାର ବଜ୍ର କ।ପ୍ତ। ଉଦ୍ଧାର କରିଥିଲେ । ଏହି ବଜ୍ର କ।ପ୍ତ। ଭୁବନେଶ୍ୱର କୁ ଚାଲାଣ ହେଉଥିଲା ଓ ଏହା ଟ ୯-୧୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯୋଜନା ଥିଲା ବୋଲି ଆସାମୀ ମାନେ ଜଣାଇଛନ୍ତି।ସେହି ଗାଡ଼ିରେ ୩ଜଣ ପୁରୁଷ ଓ ୨ ଜଣ ମହିଳା ଙ୍କୁ ପୋଲିସ ଥାନା କୁ ନେଇଥିଲେ ଓ ପରେ ବନବିଭାଗକୁ ହସ୍ତାନ୍ତର କରିଥିଲେ।ଗୁଣୁପୁର ଥାନା ଅଧିକାରୀ ରବିନ୍ଦ୍ର ପାତ୍ର ଓ ବନବିଭାଗ ଅଧିକାରୀ ଅଶୋକ ପ୍ରଧାନ ଙ୍କ କହିବା ଅନୁଯାୟୀ ଏହାର ଏକ ବଡ଼ ରାକେଟ ଚାଲୁ ଥିବା ସନ୍ଦେହ ହେଉଛି ବୋଲି ଜଣାଇଛନ୍ତି।

Comments are closed.